ପାପାଙ୍କ ଗାଡିରେ ପେଟ୍ରୋଲ ନଥିଲା, ପକେଇବାକୁ ଆସିଥିଲି, ଗୋଡ ଧରୁଛି ଛାଡି ଦିଅନ୍ତୁ ମତେ... 

 
Checking

ସ୍କୁଲ ପିଲାଙ୍କ ଗାଡ଼ି ଚଲାଇବା ଉପରେ ଲାଗିଲା ରୋକ। ଏଣିକି ଆଉ ବାଇକ ଚଳାଇ ପାରିବେନି ସ୍କୁଲ ପିଲା। ଆଜିଠୁ ବିଭିନ୍ନ ସ୍କୁଲ, କଲେଜ ଆଖପାଖରେ କଡାକଡି ହୋଇଛି ଚେକିଂ। ଯଦି ପିଲାମାନେ ଗାଡି ଚଳାଉଥିବା ବେଳେ ଧରାପଡିଲେ ତେବେ ତଣ୍ଡ ଗଣିବେ ଗାଡି ମାଲିକ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ଅନେକ ସ୍ଥାନରେ RTO ପକ୍ଷରୁ କଡାକଡି ଚେକିଂ କରାଯାଇଛି। ଫଳରେ ଅନେକ୍ ଗାଡି ସିଜ୍ ହେବା ସହ ହଜାର ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । 

School

ଏପଟେ ଆସନ୍ତା ମାସ ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ। ମାର୍ଚ୍ଚ ୨୮ ରୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ । ନାବାଳକ ଗାଡ଼ି ଚଳାଇଲେ ବନ୍ଧା ହେବେ ମାଲିକ। ଛୋଟ ପିଲାଙ୍କୁ ଦେଖିଲେ ଲାଗିବ କଡ଼ା ଫାଇନ। ଗାଡ଼ି ଅଟକାଇ ପ୍ରମାଣ ପତ୍ର ମଗାଯିବ। ଯଦି ବାଇକ କିମ୍ବା ସ୍କୁଟି ଚଳାଉଥିବା ଡ୍ରାଇଭରଙ୍କ ବୟସ ୧୮ ବର୍ଷରୁ କମ ବୋଲି ପ୍ରମାଣ ହେବ ଲାଗିବ ମୋଟା ଅଙ୍କର ଫାଇନ।

ଭୁବନେଶ୍ୱର, କଟକ, ରାଉରକେଲା, ରାୟଗଡ଼ା ସମେତ ଅନେକ ସ୍ଥାନରେ ଚେକିଂ ହୋଇ ଅନେକଙ୍କ ଠାରୁ ୫୦‌ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ରାୟଗଡାରେ ବି ତିନିଜଣ ନାବାଳକ ବାଇକ ଚାଳକଙ୍କୁ ଧରିଲା ଆରଟିଓ। ୭୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ରାୟଗଡ଼ା ସହର କଲେଜ ରୋଡ଼ ନିକଟରେ ଦୁଇ ଜଣ ଓ ଚାନ୍ଦିଲି ଅଞ୍ଚଳରୁ ଜଣଙ୍କୁ ଠାରୁ ଫାଇନ୍ ଆଦାୟ କରାଯାଇଛି।୨୫ ହଜାର ଫାଇନ୍ ନହେଲେ ଅଭିଭାବକ ଯାଇପାରନ୍ତି ଜେଲ୍।