ଯୁବତୀଙ୍କ ମୁଣ୍ଡ ଭିତରୁ ପୁଳା ପୁଳା ଛୁଞ୍ଚି ବାହାରିବା ସହ ଆପେ ଆପେ କଟି ଯାଉଛି ହାତ, ଜାଣନ୍ତୁ ପୁରା ଘଟଣା
ମୁଣ୍ଡରୁ ବାହାରୁଛି ପୁଳା ପୁଳା ଇଞ୍ଜେକସନ ଛୁଞ୍ଚି ! ଆପେ ଆପେ କଟି ଯାଉଛି ହାତ ! ଆଜ୍ଞା ହଁ । କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଇଞ୍ଚ ଗ୍ରାମରେ । ସେହି ଗ୍ରାମର ଏକ ଯୁବତୀଙ୍କ ମୁଣ୍ଡରୁ ବାହାରୁଛି ଏହି ଛୁଞ୍ଚି । ଯୁବତୀ ଜଣଙ୍କ ବର୍ତ୍ତମାନ ଭୀମଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ , ଏତେ ଗୁଡ଼ାଏ ଛୁଞ୍ଚି ଆସିଲା କେଉଁଠୁ ? ପୁଣି ତାହା ତାଙ୍କ ମୁଣ୍ଡ ଭିତରେ ? ଘଟଣାଟି ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାୟତଃ ସେ ୮ଟି ଛୁଞ୍ଚି କାଢି ସାରିଲେଣି । ଏବଂ ଆହୁରି ୧୦ରୁ ଅଧିକ ଛୁଞ୍ଚି ତାଙ୍କ ମୁଣ୍ଡ ଭିତରେ ରହିଛି ।
ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ, ଯୁବତୀ ଜଣଙ୍କ ବୟସ ୧୯ ବର୍ଷ । ଗତ ୫ ବର୍ଷ ପୂର୍ବେ ଯୁବତୀଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା । ଯାହା ପରେ ସେ ବାରମ୍ବାର ଚମକି ଉଠୁଥିଲେ । ତେଣୁ ସେ ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲ୍ କୁ ନେଇଥିଲେ ।
ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ସହ ଆଗକୁ ଆଉ ଏଭଳି ହେବ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ କିଛି ମାସ ପରେ ପୁଣି ଯୁବତୀ ପୂର୍ବ ପରି ହେବାରୁ ତାଙ୍କୁ ସେ ତାଙ୍କ କଣ୍ଟାବାଜିର ଏକ ତାନ୍ତ୍ରିକ ପାଖକୁ ନେଇ ଯାଇଥିଲେ ।
ତାନ୍ତ୍ରିକ ଟିର ନାମ ହେଉଛି ତେଜରାଜ୍ ରଣା । ତେବେ ଜଣା ପଡ଼ିଛି କି ତାନ୍ତ୍ରିକ ଏବଂ ତାର ସ୍ତ୍ରୀ ମିଶି ଏହିପରି କାମ କରିଛନ୍ତି । ତାଙ୍କ ପାଖରେ ଗାଈଙ୍କର କିଛି ଇଞ୍ଜେକସନ ରହିଥିଲା । ଯାହାର ଛୁଞ୍ଚି ସେମାନେ ଯୁବତୀଙ୍କ ମୁଣ୍ଡରେ ପଶାଇଥିଲେ । ଏବଂ କହିଥିଲେ କି ଏହା ଦ୍ଵାରା କୌଣସି ଆତ୍ମା ତୁମ ଝିଅର ଆଉ କିଛି କରି ପାରିବ ନାହିଁ ।
ବର୍ତ୍ତମାନ ଯୁବତୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ବାପା ତେଜରାଜ୍ ନାମରେ ଅଭିଯୋଗ ଆଣିଛନ୍ତି । ଯାହା ପର୍ଡ ପୋଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ମଧ୍ୟ ।