ବିଜେଡ଼ି ବିଧାୟକଙ୍କ ପ୍ରେମଲୀଳା, ଜଣଙ୍କ ସହ ସମ୍ପର୍କ ରଖି ଆଉ ଜଣଙ୍କୁ ହେବାକୁ ଯାଉଛନ୍ତି ବାହା, ଜାଣନ୍ତୁ ପୁରା ଖବର

 
Bjd bidhayak

ପୁଣି ପ୍ରେମ ବିବାଦରେ ଫସିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଗୋଟିଏ ବିବାଦର ମାହୋଲ୍ ଏବେ ବି ଥମିନାହିଁ। କିନ୍ତୁ ଆଉ ଏକ ବିବାଦକୁ ନେଇ ଏବେ ପୁଣି ଚର୍ଚ୍ଚାରେ ବିଧାୟକ। ବିଜୟ ଶଙ୍କର ଓ ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାସ ଙ୍କର ପ୍ରେମ ବିବାଦ ନିକଟରେ ଖୁବ୍ ଚର୍ଚ୍ଚାରେ ଥିଲା। ଏପଟେ ସୋମାଲିକା ଙ୍କ ସହିତ ବିବାଦ ନ ତୁଟୁଣୁ ସୂଚନା ଅନୁସାରେ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିଧାୟକ।

Bijay shankar

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ତାଙ୍କର ବର୍ତ୍ତମାନର ପ୍ରେମୀକାଙ୍କୁ ବିବାହ କରିବା ନିମନ୍ତେ କଟକ ସବ୍ ରେଜିଷ୍ଟରରେ ଆବେଦନ କରିଥିବା କଥା ଏବେ ବେଶ୍ ଚର୍ଚ୍ଚାରେ। ସବୁଠାରୁ ଆକର୍ଷିତ ଘଟଣା ହେଉଛି ବିଜୟ ଶଙ୍କର ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି ସେହି ଯୁବତୀଙ୍କ କଥା ପୂର୍ବରୁ ମଧ୍ୟ ସୋମଲିକା ଉଠାଇଥିଲେ।

ହେଲେ ଏ ପର୍ଯ୍ୟନ୍ତ କଟକ ସବ୍ ରେଜିଷ୍ଟର କିମ୍ବା ବିଜୟ ଶଙ୍କର ଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଏପଟେ ସୋମାଲିକା ମଧ୍ୟ ଉକ୍ତ ଘଟଣା କୁ ନେଇ ଜଗତସିଂହ ପୂର୍ ଥାନାର ଦ୍ୱାରସ୍ଥ ହେବା ସହ ହାଇକୋର୍ଟ ର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି।

ଏପଟେ ଦେଖିବା ବାକି ରହିଲା ହାଇକୋର୍ଟ ରୁ ପ୍ରଥମ ବିବାଦର କୌଣସି ସ୍ପଷ୍ଟୀକରଣ ମିଳି ନ ଥିବା ବେଳେ ଦ୍ଵିତୀୟ ବିବାହର ନିଷ୍ପତ୍ତି କୁ ନେଇ କିପରି ପ୍ରତିକ୍ରିୟା ରଖିଛି ନ୍ୟାୟାଳୟ।