ଆଧାର ନା ବ୍ୟାଙ୍କ୍ ଆକାଉଣ୍ଟରେ ରହିଛି ତ୍ରୁଟି! କାହିଁକି ଆପଣଙ୍କ ଆକାଉଣ୍ଟକୁ ଆସୁଛି ଟଙ୍କା? ଜାଣନ୍ତୁ କଣ କରିବେ କେମିତି ମିଳିବ ଟଙ୍କା
ବନ୍ଧୁଗଣ ସୁଭଦ୍ରା ଟଙ୍କା ଯାହାକୁ ମିଳିଛି ସେମାନେ ଖୁସି କିନ୍ତୁ ଯେଉଁ ମାନଙ୍କୁ ମିଳିନି ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯେଉଁ ମାନଙ୍କୁ ସୁଭଦ୍ରା ଟଙ୍କା ମିଳିଛି ସେମାନେ ଯଦି ଟଙ୍କା ନଉଠାଇବେ ତାହାଲେ ପୁଣି ଫେରିଯିବ ସେହି ଟଙ୍କା। ଯେବେଠୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ୨୦୦୦ ମହିଳାଙ୍କର ଫର୍ମ ରିଜେକ୍ଟ ହେଇଯାଇଛି।
ତେବେ ସବୁଠାରୁ ବଡ଼କଥା ହେଉଛି ଯେଉଁ ହେଲ୍ପ ଲାଇନ ନମ୍ବର ଦିଆଯାଇଛି ସେଥିରେ କଲ କଲେ ଲୋକେ କହିଛନ୍ତି ଲମ୍ବା ସମୟ ଧରି ବେସ୍ତ ରହୁଛି ଲାଇନ। ଯାହାଫଳରେ ମହିଳା ମାନେ ଜନସେବା କେନ୍ଦ୍ରରେ ଆଉ ବ୍ୟାଙ୍କରେ ଲମ୍ବା ଲାଇନ ଧରି ଛିଡ଼ା ହେଉଛନ୍ତି। ଫର୍ମ ପୂରଣ କରିବା ସମୟରେ ତ୍ରୁଟି ଓ ଭୁଲ ତଥ୍ୟ ଦେଇଥିବାରୁ ୨୦୦୦ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିନାହିଁ।
ଆଉ ସେହି ମହିଳା ମାନଙ୍କ ଫର୍ମ ରିଜେକ୍ଟ ହେଇଯାଇଛି। ତେବେ ଏହି ବାବଦରେ କୌଣସି ଅଧିକ ସୂଚନା ଆସିନଥିଲେ ମଧ୍ୟ କୁହାଯାଉଛି ଯେ, ଯେଉଁଠି ଆବେଦନ କରିଛି ସେହିଠାରେ ଆପଣ ମାନେ ଯାଇ ବୁଝିପାରିବେ କାହିଁକି ଆପଣଙ୍କ ଫର୍ମ ରିଜେକ୍ଟ ହେଇଛି ବୋଲି। ଆଉ ଆପଣ ଯଦି ଯୋଗ୍ୟ ହିତାଧିକାରୀ ଅଟନ୍ତି ତେବେ ପୁଣି ଡାଟା ଅପଡେଟ କରି ଆବେଦନ କରିପାରିବେ।
ଆଉ ମିଳିପାରେ ସୁଭଦ୍ରା ଟଙ୍କା। କାରଣ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଶେଷ ହିତାଧିକାରୀଙ୍କୁ ମିଳିବା ପର୍ଯ୍ୟନ୍ତ ଏହି ଆବେଦନ ପ୍ରକ୍ରିୟା ଚାଲୁ ରହିବ। ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ବ୍ୟାଙ୍କ ୧୦ଟାରେ ଖୋଲା ହେଉଥିବା ବେଳେ ମହିଳା ମାନେ ୮ଟାରୁ ଆସି ଧାଡ଼ିରେ ଛିଡ଼ା ହେଉଛନ୍ତି। ଆକାଉଣ୍ଟରେ ଜମା ହେଇଥିବା ସୁଭଦ୍ରା ଟଙ୍କା ଶୀଘ୍ର ନଉଠାଇଲେ ତାହା ଫେରିଯିବ ବୋଲି କୁହାଯାଉଛି। ଯେଉଁଥିପାଇଁ ଚିନ୍ତିତ ହେଇ ପଡ଼ୁଛନ୍ତି ମହିଳା ମାନେ। ସେଥିପାଇଁ ବ୍ୟାଙ୍କରେ ଆସି ଭିଡ ଜମାଉଛନ୍ତି।
ଫଳରେ ଅନ୍ୟ କାମ ପାଇଁ ବ୍ୟାଙ୍କକୁ ଆସିଥିବା ସାଧାରଣ ଗ୍ରାହକ ମାନେ ନାହି ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଭିଡ ନିୟନ୍ତ୍ରଣ ପାଇଁ ବ୍ୟାଙ୍କ୍ ଶାଖା ପରିଚାଳନ ପୋଲିସର ସହାୟତା ବି ନେଉଛନ୍ତି। ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଧାନ ମନ୍ତ୍ରୀ ମହିଳାଙ୍କ ଖାତାକୁ ପଠାଇବା ପରେ ସମସ୍ତେ ଯାଇ ବ୍ୟାଙ୍କରେ ଖାତା ଚେକ୍ କରୁଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କୁ ଯେଉଁ ମାନେ ଯୋଗ୍ୟ ଥିବେ ସେମାନଙ୍କୁ ନିଶ୍ଚିନ୍ତ ସୁଭଦ୍ରା ଟଙ୍କା ମିଳିବ। ହୁଏତ କିଛିଦିନ ବିଳମ୍ବ ହେଇପାରେ କିନ୍ତୁ ଟଙ୍କା ଆସିବ ସୁନିଶ୍ଚିତ।