ପଡିଥିଲା ହାତଗଣ୍ଠି, ପାଉଣା ମାଗୁଥିଲେ ଶାଳୀ, ହଠାତ୍ ଆସିଲା ପ୍ରଥମ ସ୍ତ୍ରୀ, ମାଡ଼ ଖାଇ ଧାଇଁଲା ବର, ଜାଣନ୍ତୁ ପୁରା ଘଟଣା

 
Marriage

ଚାଲିଥିଲା ବାହାଘର, ଆଉ ମାତ୍ର କେହି ମିନିଟ ରେ ପଡିଥାନ୍ତା ହାତ ଗଣ୍ଠି। କିନ୍ତୁ ପରିସ୍ଥିତି ଏମିତି ହେଲା ବାହା ବେଦୀରୁ ବରକୁ ଉଠାଇନେଲା ପୋଲିସ. ଏଭଳି ଘଟଣା ଖୋଦ ଘଟିଛି ଭୁବନେଶ୍ୱର ରେ। ବର ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଂଚଳର ଜିତେନ୍ଦ୍ର ସ୍ୱାଇଁ ପେସାରେ ଜଣେ ଡ୍ରାଇଭର। ଜିତେନ୍ଦ୍ର କଲିକତାର ରମା ସ୍ୱାଇଁ ଙ୍କୁ ପ୍ରଥେମେ ୨୦୧୩ ମସିହା ରେ ପ୍ରେମ କରି କୋର୍ଟ ରେ ବିବାହ କରିଥିଲେ।

Bara

ଜିତେନ୍ଦ୍ର ୨୦୦୯ ମସିହାରେ ସେ କୋଲକାତା ଯାଇଥିଲେ। ସେଠାରେ ସେ ଅଭିଯୋଗକାରିଣୀ ରମାଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡ଼ିଥିଲେ ଜିତେନ୍ଦ୍ର। ସେ ନିଜକୁ ଅନାଥ ବୋଲି କହି ରମାଙ୍କୁ ପ୍ରେମ କରି ବିବାହ କରିଥିବା ରାମ ଅଭିଯୋଗ କରିଛନ୍ତି। ୨୦୧୯ ମସିହାରେ ରମା ଜାଣିବାକୁ ପାଇଥିଲେ ଜିତେନ୍ଦ୍ରଙ୍କ ତାଙ୍କୁ ମିଛ କହି ବିବାହ କରିଥିଲେ ବୋଲି । ଜତେ ବେଳେ ସେ ତାଙ୍କୁ ତାଙ୍କ ପରିବାର ବିଷୟରେ ପଚାରିଥିଲେ ହେଲେ ଜିତେନ୍ଦ୍ର ସବୁକିଛି ରୋକଠୋକ ମନା କରି କହିଥିଲେ ମୋର ସେହି ନାହାନ୍ତି ମୁଁ ଅନାଥ। ଏହି ଘଟଣାର କିଛି ଦିନ ଯାଇଛି କି ନାହିଁ କାହାକୁ କିଛି ନହି ଜିତେନ୍ଦ୍ର ଭୁବନେଶ୍ୱର ପଳାଇ ଆସିଥିଲେ।

ଏହା ପରଠାରୁ ଜିତେନ୍ଦ୍ର ରମା କୁ ଛାଡି ଆଉ ଧରା ଛୁଆଁ ଦେଉ ନଥିଲା। ଏହା ପରେ ଆଜି କୌଣସି ବିଶେଷ ସୂତ୍ରରୁ ପ୍ରଥମ ସ୍ତ୍ରୀ ଖବର ପାଇଥିଲେ ଯେ ସେ ପ୍ରଥମ ସ୍ତ୍ରୀ କୁ ନ ଜଣାଇ ଦ୍ଵିତୀୟ ବିବାହ ଭୁବନେଶ୍ୱର ରେ ଏକ ମନ୍ଦିରରେ କରୁଛନ୍ତି। ଗତ କାଲିଠାରୁ ରମା ଭୁବନେଶ୍ୱର ଆସି କେତେଜଣ ମାନବାଧିକାର ମହିଳା କର୍ମୀ ଙ୍କ ସହଯୋଗ ରେ ଜିତେନ୍ଦ୍ର କୁ ଖୋଜୁଥିଲେ। ଏହା ପରେ ଆଜି ରାଜଭବନ ପଛପଟେ ଏକ ରାଧାକୃଷ୍ଣ ମନ୍ଦିର ରେ ଜିତେନ୍ଦ୍ର ଦ୍ଵିତୀୟ ବିବାହ କରୁଥିବା ଖବର ପାଇଁ ସିଧା ବାହା ବେଦିରେ ପହଂଚି ବିବାହ କୁ ବନ୍ଦ କରିବାକୁ କହିଥିଲା।

ବରକନ୍ୟାଙ୍କର ହାତ ଗଣ୍ଠି ପଡିଥିବା ବେଳେ କନ୍ୟାଙ୍କର ଭଉଣୀ ହାତଗଣ୍ଠି ଖୋଲିବା ପାଇଁ ପାଉଣା ଦାବି କରୁଥିଲେ । ଠିକ୍ ଏହି ସମୟରେ ମନ୍ଦିର ପରିସରରେ ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ ନିଜକୁ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳା। ଆଉ କେତେଟା ବାହାହେବୁ ବୋଲି କହି ବର ବେଶରେ ବସିଥିବା ଯୁବକଙ୍କ ହାତକୁ ଠୋ କରି ଚାପୁଡା ପକାଇଲେ । ହାତ ଗଣ୍ଠିକୁ ଛିଡାଇ ଅଲଗା କରିଦେଲେ। ହେଲେ ବର କିନ୍ତୁ ପୁଣି ସେହି କନ୍ୟାଙ୍କ ହାତକୁ ଭିଡି ଧରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ।

Kolkata women

ଖବର ପାଇ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ୍ ବାହା ମଣ୍ଡପରେ ପହଞ୍ଚିଲା। ବେଦୀରୁ ଜିତେନ୍ଦ୍ର, ତାଙ୍କ ପରିବାର ଲୋକ ଓ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ରମାଙ୍କୁ ଥାନାକୁ ନେଇଯାଇଥିଲା। ସେପଟେ ଜିତେନ୍ଦ୍ରଙ୍କ ପ୍ରଥମ ବିବାହକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ। ପରିବାର ପକ୍ଷରୁ କୁହାଯାଇଛି, ଜିତେନ୍ଦ୍ର ସେହି ମହିଳାଙ୍କୁ ବିବାହ କରିନାହାନ୍ତି। ସେ ଫେକ୍ ମ୍ୟାରେଜ୍ ସାର୍ଟିଫିକେଟ୍ ଆଣି ବିବାହ ବନ୍ଦ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ତଦନ୍ତ ଆରମ୍ଭ କରିଦେଇଛି କ୍ୟାପିଟାଲ ଥାନା ପୁଲିସ।