ବାରିପଟେ ଲୁଚି ଲୁଚି ଦୈାଡି ଆସିଲା ସ୍ତ୍ରୀ, ସ୍ବାମୀକୁ କହିଲା କିଏ ପୋଛିଦେଈଥିଲା ସିନ୍ଦୁର, ଜାଣନ୍ତୁ ପୁରା ଘଟଣା

 
Stree

ନିଜ ସ୍ବାମୀ ନାଁରେ କେସ କରି ଏବେ କାନ୍ଦୁଛି ସ୍ତ୍ରୀ। ପ୍ରେମ କରି ବାହା ହେଇଥିଲେ ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ କିଛିଦିନ ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ମନମତାନ୍ତର ହେବାରୁ ଦୁହିଁଙ୍କ ଭିତରେ ଝଗଡ଼ା ହେଇଥିଲା। ଝିଅର ବାପା ଆଉ ସ୍ବାମୀ ହାତାହାତି ହେଇଥିଲେ। ଆଉ ତା'ପରେ ଝିଅର ବାପା ଝିଅକୁ କହିଥିଲେ ଯେ, "ତୁ ତୋ ସ୍ବାମୀ ଆଉ ଶଶୁର ନାଁରେ ନିର୍ଯାତନାର କେସ ଦେ। ଆଉ ଝିଅ ମଧ୍ୟ ବାପା କଥା ଶୁଣି କେସ କରିଥିଲା"। ଆଉ ଶେଷରେ ଜାମିନରେ ଆସିଥିଲେ ସ୍ବାମୀ ଆଉ ଶଶୁର। 

ସେପଟେ ଝିଅକୁ ଆହୁରି ବାପା କହିଥିଲା ଯେ ମଥାରୁ ସିନ୍ଦୁର ପୋଛି ଦେବାକୁ। କିନ୍ତୁ ଝିଅଟି ବାପା କଥା ନଶୁଣି ନିଜ ସନ୍ତାନକୁ ଧରି ସ୍ବାମୀ ପାଖକୁ ଚାଲି ଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡ଼ା ଗ୍ରାମରେ। ସାଂସାରିକ ବନ୍ଧନରେ ବାନ୍ଧି ହେଇଥିଲେ ମୋନାଲିସା ଏବଂ ଅଭିଜିତ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ କାରଣରୁ ଅଲଗା ରହୁଥିଲେ। କିନ୍ତୁ ଏବେ ଦୁଇଜଣ ପୁଣିଥରେ ମିଶି ଯାଇଛନ୍ତି। 

ତେବେ ବଡପଡ଼ା ଗାଁ'ର ଅଭିଜିତ ଓ ମୋନାଲିସା ପରସ୍ପରକୁ ବହୁତ୍ ଭଲ ପାଉଥିଲେ। ଏବଂ ଶେଷରେ ମଧ୍ୟ ଦୁହେଁ ବିବାହ କରିଥିଲେ। ଆଉ ତାଙ୍କର ଗୋଟିଏ କୁନି ଝିଅ ମଧ୍ୟ ଅଛି। ତେବେ ପାରିବାରିକ କଳହ ଯୋଗୁଁ ମୋନାଲିସା ବାପ ଘରକୁ ଚାଲିଯାଇଥିଲେ। ଆଉ ତାପରେ ପରିସ୍ଥିତି ଏମିତି ହେଇଥିଲା ଯେ ପାରିବାରିକ କଳହରୁ ଏକଥା ଥାନାରେ ପହଞ୍ଚିଥିଲା। ଆଉ ନିର୍ଯାତନା ମାମଲାରେ ଆଇନର କାଠଗଡାକୁ ଅଭିଜିତଙ୍କ ପରିବାର ଲୋକଙ୍କୁ ଟାଣି ଥିଲେ ମୋନାଲିସାର ବାପା। 

କିନ୍ତୁ ମୋନାଲିସା ନିଜ ସ୍ବାମୀଙ୍କ ସପକ୍ଷ ନେଇ ନିଜ ବାପଘର ନାଁରେ ଏବେ ଆଣିଛନ୍ତି ସଂଘାତିକ ଅଭିଯୋଗ। ଏହି ଘଟଣାକୁ ନେଇ ଶଶୁର ମଧ୍ୟ କହିଛନ୍ତି ଯେ, "ମୋର ଏହି ଘଟଣାରେ କୌଣସି ଦୋଷ ନାହିଁ। ଆମେ ଆମ ବୋହୁକୁ ଘରେ ରଖିବାକୁ ଚାହୁଁଛୁ। କିନ୍ତୁ ବୋହୂର ବାପା ଆମ ନାଁରେ ମିଛ ଅଭିଯୋଗ କରିଥିଲେ"। ଏବେ ସ୍ବାମୀ ସ୍ତ୍ରୀଙ୍କୁ ଏକାଠି ଦେଖି ସମସ୍ତେ ଖୁସି ହେଉଛନ୍ତି।