ସ୍ୱାମୀକୁନିଦ ବଟିକା ଖାଇବାକୁ ଦେଇ ପ୍ରେମିକ ସହ ସ୍ତ୍ରୀ ହୋଇଗଲା ଫେରାର, ଜାଣନ୍ତୁ ପୁରା ଘଟଣା

 
Stree

ସ୍ୱାମୀକୁ ନିଦ ବଟିକା ଦେଇ ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ ! ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି ଯେ, ସ୍ତ୍ରୀ ଜଣଙ୍କ ଚାରି ମାସର ଗର୍ଭବତୀ ଅଟନ୍ତି । ଏପରି ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି ଥାନା ଅଂଚଳରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

"ମୀରା ତୁ କୋଉଠି ଅଛୁ ଫେରିଆ । ମୁଁ ତୋତେ ମୋ ଜୀବନ ଠାରୁ ବି ଅଧିକ ଭକ ପାଏ । ତୋତେ ଛାଡ଼ି ମୁଁ ରହି ପାରିବିନି । ତୁ ଫେରି ଆସିଲେ ମୁ ତୋର ସବୁ ଭୂଲ କ୍ଷମା କରିଦେବି । ତୋତେ ପୁଣି ଆପଣେଇ ନେବି । "

A

ଏପରି କହି ଭୋ ଭୋ ହୋଇ କାନ୍ଦୁଛି ସ୍ଵାମୀ । ବର୍ଷେ ହେଲା ଚାରିଆଡେ ଘୁରି ବୁଲୁଛି ସ୍ଵାମୀ । ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିଥିଲେ । ସ୍ତ୍ରୀ ଚାରି ମାସର ଗର୍ଭବତୀ ମଧ୍ୟ ଥିଲେ । ହେଲେ ପରେ ସ୍ତ୍ରୀ ପଡ଼ି ଯାଇଥିଲେ ଆଉ କାହା ପ୍ରେମରେ ।

ପ୍ରଥମେ ନମ୍ବର ଦିଆ ନିଆ ଆଉ ତାପରେ ପ୍ରେମ । ସ୍ତ୍ରୀ ଅନେକ ଥର ପ୍ରେମିକ ପାଖକୁ ନିଜ ଆକାଉଣ୍ଟରୁ ଟଙ୍କା ମଧ୍ୟ ପଠାଇଛି । ସମୟ ସୁବିଧା ଦେଖି ସ୍ୱାମୀକୁ ନିଦ ବଟିକା ଖାଇବାକୁ ଦେଇ ଘରୁ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇ ଯାଇଛି ସ୍ତ୍ରୀ ।