ସ୍ବାମୀ ପ୍ରେମ ପିତା ରିଲ୍ସ ପ୍ରେମିକ ପ୍ରେମ ମିଠା, ସ୍ଵାମୀ ଓ ଦୁଇ ପିଲାଙ୍କୁ ଛାଡି ଫେରାର ହୋଇଗଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

 
Stree

ରିଲ୍ସ ନିଶାରେ ସ୍ଵାମୀ ଓ ସନ୍ତାନକୁ ଛାଡି ଫେରାର ହେଲେ ମହିଳା ! ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନୁଆଗଡିଆ ଗ୍ରାମପଞ୍ଚାୟତର ବିରଳ ଗ୍ରାମରେ । 

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ ରାତାରାତି ଫେମସ୍ ହେବା ନିଶାରେ କଣ କଲେ ମହିଳା ଜଣଙ୍କ .......

A

ମହିଳାଙ୍କ ନାମ ହେଉଛି ମଧୁସ୍ମିତା । ସେ ବାପୁଜୀ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । ତେବେ ତାଙ୍କର ରିଲ୍ସ କରିବା ନିଶା , ଫେମସ୍ ହେବାର ନିଶା ଏବଂ ହିରୋଇନ୍ ବନିବାର ନିଶା ଯେପରି ତାଙ୍କୁ ଅନ୍ଧ କରି ଦେଇଥିଲା ।

ମଧୁସ୍ମିତା ଇନ୍ଷ୍ଟାରେ ରିଲ୍ସ କରିବା ସମୟରେ ଭେଟନ୍ତି ତନ୍ମୟଙ୍କୁ । ତନ୍ମୟ ଏବଂ ମଧୁସ୍ମିତାଙ୍କ ମଧ୍ୟରେ ଗଢ଼ି ଉଠେ ପ୍ରେମ ସମ୍ପର୍କ । ତନ୍ମୟ ମଧୁସ୍ମିତାଙ୍କୁ ଆଲବମ୍ କୁଇନ୍ କରିବାର ପ୍ରତିଶ୍ରୁତି ଦିଅନ୍ତି ।

ନିଜ ସ୍ବପ୍ନ ପୁରାଣ କରିବା ଆଶାରେ ମଧୁସ୍ମିତା ନିଜ ସୁଖର ସଂସାର ଛାଡି ଫେରାର ହୋଇ ଯାଇଛନ୍ତି । ତେବେ ତନ୍ମୟ ମଧ୍ୟ ବିବାହିତ ଅଟନ୍ତି । ସ୍ଵାମୀ ବାପୁଜୀଙ୍କ ଅଭିଯୋଗ ପରେ ମହିଳା ଜଣଙ୍କୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ ।