ଦେଖନ୍ତୁ ଭିଡିଓ: ରୋଜଗାରିଆ ଝିଅକୁ ଝୁରୁଛି ପରିବାର, ଦାମୀ ଗାଡି ମାରିଦେଲା ଲୋପାମୁଦ୍ରାକୁ, ବାପା ଭାଇଙ୍କ ହୋସ ଉଡିଯାଉଛି, ମା କଥା ପଚାରେ କିଏ

 
Lopamudra

ଭାଇ ଏଠି ବାହୁନି ବାହୁନି କାନ୍ଦୁଛି। ବାରମ୍ବାର କହୁଛି ମୋ ଭଉଣୀ ଆଉ ଦୁନିଆରେ ନାହିଁ। ମୋ ଭଉଣୀକୁ ଫେରେଇଆଣ। ପୁରା ଘର କାନ୍ଦୁଛି। ଭଉଣୀ ବାରମ୍ବାର ଚେତା ବୁଡ଼ିଯାଇଛି। ଆଉ ରାଗିକି କହୁଛି ମୋ ଭଉଣୀର ଲୁହ ତୁମ ଉପରେ ନିଶ୍ଚିତ ପଡ଼ିବ। ହେ ଭଗବାନ କାହିଁକି ଏମିତି ଦୁଃଖ ଦେଲ? ଆମକୁ ଆଉ କିଏ ତାଗିଦ କରିବ? ମୋର ଯାହା ଦରକାର ମୋତେ କିଏ ଆଣିଦେବ?

ଭୁବନେଶ୍ୱରରେ ରେଞ୍ଜ ରୋଭର୍ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବତୀଙ୍କର ପରଲୋକ ଘଟିଛି । ସୂଚନା ମିଳିଛି ଯେ ସେ କଟକରେ ଚିକିସ୍ୟାଧିନ ଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି । ଗତ ତିନି ରୁ ଚାରି ଦିନ ଧରି ସେ ଆଇଶିୟୁ ଭିତରେ ରହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡାକ୍ତର ପ୍ରଥମରୁ ତାଙ୍କର ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ ।

Lopamudra

ଅନ୍ୟର ଭୁଲ୍ ପାଇଁ ବିନା ଦୋଷରେ ଏବେ ଚାଲି ଯାଇଛି ତାଙ୍କ ଜୀବନ । ମୃତ ଯୁବତୀଙ୍କ ନାମ ହେଉଛି ଲୋପାମୁଦ୍ରା ସାହୁ । ଗତ ୩୧ ତାରିଖ ଦିନରେ ଭୁବନେଶ୍ଵରର ପାୱାର ହାଉସ୍ ଛକରେ ଘଟିଥିଲା ଏହି ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ରେଞ୍ଜ ରୋଭର୍ ନିଜ ସାମ୍ନାରୁ ଆସିଥିବା ବାଇକ୍ କୁ ଧକ୍କା ଦେଇଥିଲା ।

ସେହି ବାଇକ୍ କୁ ଯବାନ କାହୁଁ ଚରଣ ଚଳାଉଥିବା ବେଳେ ତାଙ୍କ ପଛରେ ଲୋପାମୁଦ୍ରା ବସିଥିଲେ । ସୂଚନାରୁ ଜଣାପଡିଛି ଯେ ଯବାନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।

ସୂଚନାଯୋଗ୍ୟ ଗାଡ଼ିଟି ନବ ଦାସଙ୍କ ପୁଅ ବିଶାଲ ଦାସଙ୍କର କମ୍ପାନିର ଅଟେ। ହେଲେ ଏ ଯାଏଁ ପୋଲିସ ଦୁର୍ଘଟଣାକୁ ନେଇ ମୁହଁ ଖୋଲୁ ନାହିଁ । ସିସିଟିଭି କ୍ୟାମେରାରୁ ଜଣା ପଡିଛି ଯେ ଗାଡ଼ି ମଧ୍ୟରେ ଦୁଇ ବ୍ୟକ୍ତି ବସିଥିଲେ । ଜଣେ ଡ୍ରାଇଭର୍ ଓ ପାଖରେ ବସିଥିବା ବ୍ୟକ୍ତି ବିଶାଲ ଦାସ ନୁହଁନ୍ତି ତ ଏହାକୁ ନେଇ ଏବେ ଉଠୁଛି ପ୍ରଶ୍ନ ।