କାମ କଲାନି ଭାଉଜଙ୍କ କିମିଆ, ବଡ଼ କାରଣ ପାଇଁ କାର୍ ଖାନାକୁ ପୁଣି ସିଲ୍ କରିଦେଲା BMC, ଜାଣନ୍ତୁ ପୁରା ଖବର

 
Car khana
ପୁଣି ଥରେ ରାଜଧାନୀରେ ବନ୍ଦ ହୋଇଗଲା ଦୁଇ ଯାଆଙ୍କର କାରଖାନା ବ୍ୟବସାୟ । ପ୍ରଥମେ ଲାଇସେନ୍ସ ନ ଥିବା ହେତୁ ଚଢାଉ କରିଥିଲା BMC । ପରେ ଲାଇସେନ୍ସ ଆପଲାୟେ କରି ବ୍ୟବସାୟ ଆରମ୍ଭ କରିବା ପରେ ପୁଣି ଥରେ BMC ରୋକ୍ ଲଗାଇଛି ବ୍ୟବସାୟରେ । 

Car khana

ଭୁବନେଶ୍ବରରେ କାରଖାନା ଆରମ୍ଭ ହେବା ପରେ ଠାରୁ ଦୁଇ ଯା କେଉଁଠି ନା କେଉଁଠି ବିବାଦ ଘେରରେ ଏହି ଆସିଛନ୍ତି । ହେଲେ ଅତି କମ୍ ସମୟରେ ଓଡ଼ିଶାରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଦୁହେଁ । ଭୁବନେଶ୍ବରରେ ସେମାନଙ୍କ ୟୁନିକ ଷ୍ଟାଇଲର ଫୁଡ୍ ଷ୍ଟଲ୍ ଓ ଟେଷ୍ଟ ମଧ୍ୟ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଷ୍ଟଲ୍ ଖୋଲା ହେବା ଠାରୁ ବନ୍ଦ ହେବା ଯାଏଁ କମୁ ନ ଥିଲା ଗ୍ରାହକଙ୍କ ଭିଡ । ଏପରି ବି ହେଉଥିଲା ଯେ କେବେ କେବେ ଖାଦ୍ୟ ସରିଯିବା ହେତୁ ଗ୍ରାହକ ଫେରି ଯାଉଥିଲେ । 

ପ୍ରଥମେ ଆଇଜି ପାର୍କରେ BMC ର ସିଜ୍ ପରେ ନୂଆ ଲାଇସେନ୍ସ ଆପ୍ଲାଏ କରି ମାଷ୍ଟର କ୍ୟାନ୍ଟିନ ର ଭେଣ୍ଡି ଜୋନ ରେ ଏକ ଘର ଭଡ଼ା ନେଇ ଦୁଇ ଯା ନିଜର କାରଖାନାକୁ ଏକ ନୂଆ ଢଙ୍ଗରେ ଆରମ୍ଭ କରିଥିଲେ । ହେଲେ BMC ପୁଣି ଥରେ ସେହି ଭଡ଼ା ଘରର ମାଲିକଙ୍କ ନାମରେ ଏକ ନୋଟିସ୍ ଜାରି କରି ଘରଟିକୁ ସିଲ୍ କରି ଦେଇଛି ।

Neha panigrahi

ତେବେ କିଛିଦିନ ତଳେ ସ୍ମାର୍ଟ ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ନଂ. ୮୯ ଓ ୯୦କୁ ଭଡ଼ାରେ ନେଇ ବେପାର ଆରମ୍ଭ କରିଥିଲେ ଦୁଇ ଯାଆ। ମାତ୍ର ପୁଣିଥରେ ବିଏମସି ଉକ୍ତ ‘କାର୍‌ଖାନା’ ପୋଷ୍ଟର ଲାଗିଥିବା ୨ ଭେଣ୍ଡିଂଜୋନ୍‌କୁ ସିଲ୍‌ କରିଛି। କାର୍‌ଖାନା ନାଁରେ ୨ ଯାଆ ଚଳାଉଥିବା ଦୋକାନକୁ ବନ୍ଦ କରାଯିବା ସହ ଏହି ୨ ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ନୋଟିସ ଜାରି ହୋଇଥିବା ବିଏମ୍‌ସି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ପଲିସି ଅନୁଯାୟୀ, ବିଏମସି ଦ୍ବାରା ହସ୍ତଗତ ଭେଣ୍ଡିଂ ଜୋନକୁ ବିନା ଅନୁମତିରେ କେହି ଭଡ଼ାରେ ଲଗାଇପାରିବେ ନାହିଁ।