ଦେଖନ୍ତୁ ଭିଡିଓ: ବର୍ଷା ଅନୁଭବ ଘଟଣାରେ ବଡ଼ ଟୁଇଷ୍ଟ! ବାହାଘର ପ୍ରଥମ ରାତିରେ ଶାରୀରିକ ସମ୍ବନ୍ଧ ରଖି ବର୍ଷାଙ୍କ ଠାରୁ ମୁହଁ ମୋଡିନେଇଥିଲେ ଅନୁଭବ

 
Anubhav Varsha
ବର୍ଷା ଓ ଅନୁଭବଙ୍କ ସମ୍ପର୍କର ସତ ଆସିଲା ସାମ୍ନାକୁ। ସବୁ ସତ କହିଲେ ଆଇନଜୀବି। ଅନୁଭବଙ୍କର ମିଛ କଥାର କଲେ ପର୍ଦ୍ଦାଫାସ। ଆଇନଜୀବୀ କିଛି ଏପରି କହିଲେ ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଦର୍ଶକଙ୍କ ମନରେ। ଲୋକେ ହୁଏ ତ ଏବେ ବେଶୀ କନଫ୍ୟୁଜ। କିଏ ସତ ଏବଂ କିଏ ମିଛ ଏହା ଏବେ ବଡ଼ ପ୍ରଶ୍ନବାଚୀ।
ଛୁ

ଆଇନଜୀବୀ ଜଣକ କହିଛନ୍ତି, ଅନୁଭବ ବର୍ଷାଙ୍କୁ ନେଇ କହିଥିବା କଥା ସବୁ ମନ ଗଢା କାହାଣୀ। ଦୁହେଁ ଭଲ ପାଇ ଦୁହିଁଙ୍କୁ ବିବାହ କରିଥିଲେ। ବିବାହର ସାତ ବର୍ଷ ପରେ ଅନୁଭବ କହିଛନ୍ତି ତାଙ୍କର କୌଣସି ଶାରିରୀକ ସମ୍ପର୍କ ନାହିଁ ବୋଲି ବର୍ଷାଙ୍କ ସହିତ। ଏହା ଲୋକଙ୍କୁ ବୋକା ବନାଇବା ନୁହେଁ ତ ଆଉ କଣ।

ଆଇନଜୀବୀଙ୍କ କହିବା ଅନୁସାରେ ଅନ୍ୟ ଦମ୍ପତିଙ୍କ ଭଳି ବର୍ଷା ଓ ଅନୁଭବଙ୍କର ମଧ୍ୟ ଶାରିରୀକ ସମ୍ପର୍କ ରହିଥିଲା। ସେଥିରେ ସନ୍ତୁଷ୍ଟ ନ ଥିଲେ ଅନୁଭବ। ରାତିର ସାଥି ପାଇଁ ନୂଆ ନୂଆ ପ୍ରେମିକା ଖୋଜୁ ଥିଲେ ଅନୁଭବ ମହାନ୍ତି। ଶାରିରୀକ ସମ୍ପର୍କ ରଖିବା ପାଇଁ ବର୍ଷା ନୁହେଁ ବରଂ ଅନୁଭବ ନାରାଜ ଥିଲେ। ନିଜ ଦୋଷ ଘୋଡାଇବା ପାଇଁ ବର୍ଷାଙ୍କୁ ଦାୟୀ କରିଛନ୍ତି।

ଆଇନଜୀବୀଙ୍କ ଏହି ବୟାନ ପରେ ଏବେ ଘଟଣାଟି ପୁରା ଚର୍ଚ୍ଚାରେ। କେହି କେହି ବର୍ଷାଙ୍କୁ ସପୋର୍ଟ କରୁଥିବା ବେଳେ ଆଉ କେହି ଅନୁଭବଙ୍କୁ ସପୋର୍ଟ କରୁଛନ୍ତି। ହେଲେ ଏ ନେଇ ଏ ପର୍ଯ୍ୟନ୍ତ ଅନୁଭବଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।