ଷ୍ଟେଜ୍ରେ ଚଢ଼ି ଭିଲିଆନକୁ ପିଟିଲେ ଯାତ୍ରା ଦର୍ଶକ, ଭିଲିଆନର ଅଭିୟରେ ଦେଖି ପୁରା ରାଗିଗଲେ, ଜାଣନ୍ତୁ ପୁରା ଘଟଣା
ଅଭିନୟ ହେଉଛି ଏମିତି ଏକ କଳା ଯାହା ଲୋକେ ଦେଖି କାନ୍ଦି ପକାନ୍ତି ଆଉ ହସି ମଧ୍ୟ ଦିଅନ୍ତି। ଅଭିନୟ ଏମିତି କି ଯାହାକୁ ଦେଖିବା ପରେ ଲୋକେ କାହାଣୀ ଭିତରେ ହଜିଯାଆନ୍ତି । ଏମିତି ଅନେକ ଘଟଣା, ଏପରି ପରିସ୍ଥିତି ଆପଣଙ୍କ ସହ ଘଟିଥିବ କିମ୍ବା ଆପଣଙ୍କ ପାଖ ପଡ଼ିଶାରେ ଏକଥା ଶୁଣିଥିବେ।
ହେଲେ ଜୀବନ୍ତ ଅଭିନୟ ଦେଖି କିଛି ଲୋକେ ଭିଲେନକୁ ମାଡ଼ ମାରିଛନ୍ତି। ଚାଲିଥିଲା ଯାତ୍ରା ଆଉ ଅଭିନୟ କରୁଥିଲେ କଳାକାର । ଅଭିନୟ ଏତେ ଜୀବନ୍ତ ଥିଲା ଯେ ଯାତ୍ରା ଦେଖୁଥିବା ଦର୍ଶକ ତାତି ଉଠିଥିଲେ । ଯାହାଫଳରେ ଯାତ୍ରା ପେଣ୍ଡାଲକୁ ଦର୍ଶକ ଚଢ଼ି ଯାଇ ଅଭିନୟ କରିଥିବା କଳାକାରଙ୍କୁ କରିଥିଲେ ଆକ୍ରମଣ ।
ଯାତ୍ରା ସ୍ଵର୍ଣ୍ଣ ମହଲର ଏକ ନାଟକ ଯାହା ର ନା ଥିଲା ସ୍ବାମୀ ପାଇଁ ପଛେ ନର୍କ କୁ ଯିବି ର ଧର୍ମାନ୍ତିକରଣର ଦୃଶ୍ୟ ଏତେ ଜୀବନ୍ତ ଥିଲା ଯେ ଦର୍ଶକ ପେଣ୍ଡାଲ ଉପରକୁ ବୋତଲ ମାଡ଼ ପ୍ରଥମେ କରିଥିଲେ। ଏହାପରେ ପେଣ୍ଡାଲକୁ ଚଢ଼ିଯାଇ ଅଭିନୟ କରିଥିବା କଳାକାରଙ୍କୁ ମାଡ଼ ମାରିବା ସହ ଆକ୍ରମଣ କରିଥଲେ।
ତେବେ ଘଟଣାଟି ଘଟିଛି ସମ୍ବଲପୁର ନକ୍ସାପାଲିରେ। ଯାତ୍ରା ସ୍ବର୍ଣ୍ଣ ମହଲର ଅପେରା ‘ସ୍ବାମୀ ପାଇଁ ନର୍କକୁ ଯିବି’ ପରିବେଷଣ ହେଉଥିଲା । ସେଠି ହିରୋକୁ ବାନ୍ଧି ୩ରୁ ୪ ଜଣ ଭିଲିଏନ୍ ମାଡ଼ ମାରୁଥିଲେ। ଅଭିନୟ ଏତେ ଜୀବନ୍ତ, ଏତେ ମର୍ମସ୍ପର୍ଶୀ ଥିଲା ଯେ, ମଞ୍ଚ ତଳେ ବସିଥିବା ଲୋକେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ।
ଭିଲେନ୍ର ଡାଇଲଗ୍ ଶୁଣି ପ୍ରଥମେ ବୋତଲ ମାଡ଼ ହୋଇଥିଲା। ଆଉ ପରେ ସିଧା ମଞ୍ଚ ଉପରେ ଚଢ଼ି ଲୋକେ ଭିଲେନକୁ ପିଟିବାକୁ ଲାଗିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଅପ୍ରୀତିକିର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଅନ୍ୟ କିଛି ଲୋକେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କିଛି ସମୟ ପାଇଁ ଯାତ୍ରା ଟି ବନ୍ଦ ହୋଇ ଯାଇଥଲା । ବହୁତ୍ ସମୟ ପରେ ବୁଝା ସୁଝା କଲା ପରେ ଯାତ୍ରା ଆରମ୍ଭ ହୋଇଥିଲା ।