ଦେଖନ୍ତୁ ଭିଡିଓ: ଶିକ୍ଷୟତ୍ରୀଙ୍କ ବସ୍ ଉଠରେ ଚାଲିଗଲା କଅଁଳ ଛାତ୍ରଙ୍କ ଜୀବନ, ବାହୁନି କାନ୍ଦୁଛି ମା

 
Chatra

ବସ୍ ଉଠ ହେଉ ହେଉ ଚାଲି ଯାଇଛି ଛାତ୍ରଙ୍କ ଜୀବନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ବହାଦଲାପୁର ପଞ୍ଚାୟତ ଅନ୍ତର୍ଗତ ଓରାଳି ଗ୍ରାମରେ । ସେହି ଗ୍ରାମର ସୂର୍ଯ୍ୟ ନାରାୟଣ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲା ରୁଦ୍ର । 

Chatra

ରୁଦ୍ର ପ୍ରତିଦିନ ଭଳି ସେ ଦିନ ମଧ୍ୟ ବିଦ୍ୟାଳୟକୁ ଯାଇଥିଲା । ହେଲେ କିଏ ଜାଣିଥିଲା ଏମିତି କିଛି ଅଘଟଣ ଘଟିଯିବ ସେଦିନ । ସେଦିନ ରୁଦ୍ର ଅପରାହ୍ନ ସମୟରେ ନିଜ ସାଙ୍ଗ ପିଲାଙ୍କ ସହିତ ଖେଳୁଥିଲା । କିଛି ପିଲା ପାଠ ନ ପଢି ଖେଳୁ ଥିବାର ଦେଖି ଜଣେ ଶିକ୍ଷକ ପିଲା ମାନଙ୍କୁ ପାଖକୁ ଡାକିଥିଲେ । ପିଲା ମାନଙ୍କୁ ପଚାରି ଥିଲେ ତୁମେ ପାଠ ନ ପଢି କାହିଁକି ଖେଳୁଛ ।

ଏହା ସହିତ ଶିକ୍ଷକ ପାଠ ସମ୍ବନ୍ଧୀୟ ଏକ ପ୍ରଶ୍ନ ମଧ୍ୟ ପିଲାଙ୍କୁ ପଚାରିଥିଲେ । ଯାହାର ଉତ୍ତର କେହି ନ ଦେଇ ପାରିବାରୁ ପିଲା ମାନଙ୍କୁ ଉଠ ବସ୍ ହେବା ପାଇଁ କହିଥିଲେ ଶିକ୍ଷକ । ଅନ୍ୟ ୪-୫ ଜଣ ପିଲାଙ୍କ ସହିତ ରୁଦ୍ର ମଧ୍ୟ ବସ ଉଠ ହେବା ଆରମ୍ଭ କରି ଦେଇଥିଲା । ମାତ୍ର ୨ଥର ବସ ଉଠ ହେବା ପରେ ହିଁ ସେଠି ବେହୋସ୍ ହୋଇ ଟଳି ପଡ଼ିଥିଲା ରୁଦ୍ର ।

ଏହା ପରେ ରୁଦ୍ରକୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ରୂଦ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାଟିକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସମେତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ତେବେ ପିଲାଟିର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ମେଡ଼ିକାଲ ରିପୋର୍ଟ ଆସିଲେ ହିଁ ଜଣା ପଡ଼ିବ ।