ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କରୁଥିଲା ପୁଅ, ବାପା ଜାଣିବାରୁ ଘୋଷାଡି ନେଇ ସିଧା ଜେଲରେ ପୁରେଇଦେଲେ, ଜାଣନ୍ତୁ ପୁରା ଘଟଣା

 
Bapa pua

ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟତ୍ର ବାହା ହେଉଥିଲା ପୁଅ , ଖବର ପାଇ ସେଠାରେ ପହଞ୍ଚିଥିଲେ ବାପା । ଆଉ ବାପା ସେଠାରେ ପହଞ୍ଚି ଯାହା କରିଥିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସମସ୍ତେ । ସମସ୍ତେ କହିଲେ ବାପା ହେବ ତ ଏମିତି । 

 Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଆଜ୍ଞା ହଁ , ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ବରପଲ ଗ୍ରାମରେ । ସୂଚନା ଅନୁସାରେ ଏରତାଲା ଗ୍ରାମର ବାସିନ୍ଦା ବିଷ୍ଣୁ ମୋହନ ଜେନାଙ୍କ ପୁଅ ଅଜୟ ଜେନା ନିଜର ବିବାହିତା ପ୍ରଥମ ସ୍ତ୍ରୀ ଥାଉ ଥାଉ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ ।

R

ଏହି ଖବର ବାପା ପାଇବା ମାତ୍ରେ ଧାଇଁ ଯାଇଥିଲେ ବିବାହ ସ୍ଥାନକୁ ଓ ସେଠାରେ ପହଞ୍ଚି ପୁଅକୁ ଧକା ମାରି ମାରି ଥାନାକୁ ନେଇ ଯାଇଥିଲେ ଏବଂ କହିଥିଲେ ତୋ ଭଳି ପୁଅ ମୋର ଦରକାର ନାହିଁ ତୋ ସ୍ଥାନ କେବଳ ଜେଲରେ ।

ବାପାର ଏଭଳି ବଡପଣିଆ ଦେଖି ଲୋକେ ଏବେ ବାପାଙ୍କୁ ବାଃ ବାଃ କହୁଛନ୍ତି । ସମୟ ଯେତେ ବି ଆଗକୁ ଗଲେ କେଉଁଠି ନା କେଉଁଠି ବୋହୂ ମାନେ ଶାଶୁ ଶଶୁରଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଛନ୍ତି । ଯେଉଁମାନେ ଘରର ବୋହୂକୁ ପର ଭାବନ୍ତି ସେମାନଙ୍କ ପାଇଁ ଏହା ଏକ ବଡ ଉଦାହରଣ ଅଟେ ।