ଦେଖନ୍ତୁ ଭିଡିଓ: ନୂଆ ଚାକିରି ପାଇଥିଲା ଭଉଣୀ, ଦିନ କେଇଟା ଯାଇନି ଭାଇ ଆଗରେ ଦୁର୍ଘଟଣାରେ ଚାଲିଗଲା ଭଉଣୀ, ଛାତି ଫଟାଇ କାନ୍ଦୁଛି ଭାଇ

 
Bhai bhauni

ଘଟି ଯାଇଛି ଏକ ଦୁଃଖ ଦାୟକ ଘଟଣା । ଗୋଟେ ଭାଇ ଆଗରେ ଚାଲି ଯାଇଛି ତା ଗେଲ୍ହି ଭଉଣୀର ଜୀବନ । ଭଗବାନ ଏମିତି ଦୁଃଖ ଆଉ କାହାକୁ ନ ଦିଅନ୍ତୁ । ଭାଇ ଆଖି ସାମ୍ନାରେ ଭଉଣୀର ଶରୀରକୁ ଟ୍ରକ୍ ଘୋଷାଡି ଘୋଷାଡି ନେଇ ଯାଉଥାଏ । କିନ୍ତୁ ଅସହାୟ ଭାବେ କେବଳ କାନ୍ଦିବା ଛଡା ଆଉ କିଛି ଉପାୟ ନ ଥାଏ ଭାଇ ପାଖରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

Bhauni bhai

ଭଉଣୀର ନୂଆ ନୂଆ ଚାକିରୀ ହୋଇଥାଏ । ଏହା ସହିତ ନୂଆ ନୂଆ ବିଭାଘର । ଏପରି ଏକ ଖୁସିର ମୁହୂର୍ତ୍ତ ଏତେ ବଡ ଦୁଃଖରେ ପରିଣତ ହୋଇଯିବ କେହି କେବେ ସ୍ବପ୍ନରେ ବି ଭାବି ନ ଥିଲେ । ସବୁ କିଛି ଆଖି ପିଛୁଳାକେ ଓଲଟ ପାଲଟ ହୋଇଗଲା । ଭାଇଟିର କାନ୍ଦ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ୟାସ ନଗରରେ । ବ୍ୟାସ ନଗର ତହସିଲ୍ ଅଫିସ୍ ରେ ନୂଆ ନୂଆ ଚାକିରୀ ପାଇଥିଲେ ମହିଳା ଜଣକ । ଅଫିସ୍ ରୁ ଟ୍ରେନିଂ ସାରି ସନ୍ଧ୍ୟା ସମୟରେ ଭାଇ ସହିତ ଫେରୁଥିଲେ ଘରକୁ । ଘରକୁ ଫେରିବା ସମୟରେ ଗୋଲେଇ ଛକ ପାଖରେ ଅଧିକ ଟ୍ରାଫିକ ହେତୁ ଭାଇ ଭଉଣୀ ଦୁହେଁ ରାସ୍ତା କଡ଼ରେ ଠିଆ ହୋଇଥିଲେ । 

ଏହି ସମୟରେ ଭଉଣୀର ସ୍କୁଟିକୁ ପଛରୁ ଆସି ଧକ୍କା ଦେଇଥିଲି ଏକ ଷୋଳ ଚକିଆ ଟ୍ରକ୍ । ଭଉଣୀର ଗାଡ଼ି ସହିତ ଶରୀରକୁ ଘୋଷାଡି ଘୋଷାଡି ନେଇ ଯାଇଥିଲା ପ୍ରାୟ ୫୦ ମିଟର ବାଟ । ଯାହା ପରେ ଉକ୍ତ ସ୍ଥାନରେ ଜମା ହୋଇ ଯାଇଥିଲେ ଲୋକେ । ଆମ୍ବୁଲାନ୍ସ ସହାୟତାରେ ମହିଳା ଜଣଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରା ଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।