ନିୟମରେ ହେଲା ପରିବର୍ତ୍ତନ! ଏଣିକି ରାସ୍ତାରେ ଏହିସବୁ ନିୟମ ଭାଙ୍ଗିଲେ ଆଉ ରକ୍ଷା ନାହିଁ, ମାସ ସାରା ହେବ କଡ଼ା ଚେକିଂ

 
Traffic rules
ଏଣିକି ଆଉ ମିଳିବନି ତ୍ରାହି । ପୂର୍ବରୁ ହୋଇ ଯାଆନ୍ତୁ ସତର୍କ । ନଚେତ୍ ଆଗକୁ ଧରା ପଡ଼ିଲେ ହୋଇ ପାରେ ଏମିତି କିଛି । ଏବେ ଆଉ ଢିଲା ମାରି ପାରିବେ ନାହିଁ ଯାନ ଚାଳକ । ଠକିବାର ସମସ୍ତ ବାଟ କରାଯିବ ବନ୍ଦ୍ ।

ରାଜ୍ୟ ପରିବହନ ପ୍ରାଧିକରଣ - STA ଜାରି କଲା ନୂଆ ନିୟମ । ଏ ନେଇ ସମସ୍ତ RTO ଓ ଅତିରିକ୍ତ RTO ଙ୍କୁ ଲେଖିଲା ଚିଠି । ଡ଼ିସେମ୍ବର ମାସରେ କଡ଼ା କଡ଼ି ଭାବେ ପାଳନ କରାଯିବ ସମସ୍ତ ଟ୍ରାଫିକ ନିୟମ । ଏଣିକି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ କଡ଼ା କଡ଼ି ନିର୍ଦ୍ଦେଶ ।

Checking

ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ଶୂନ୍ୟ ସପ୍ତାହ ଆରମ୍ଭ ପୂର୍ବରୁ ହିଁ କେନ୍ଦୁଝରରେ ସଡକ ଦୁର୍ଘଟଣାରେ ଯାଇଥିଲା ୮ ଜୀବନ । ହେଲେ ଏଠି କିନ୍ତୁ ଦୋଷ ନେବାକୁ ରାଜି ନାହାନ୍ତି କେହି । ରାଜ୍ୟ ପରିବହନ ବିଭାଗ ଓ ଜାତୀୟ ପରିବହନ ବିଭାଗ ଦୋଷ ଲଦା ଲଦି ହେଉଛନ୍ତି । ଏଥି ମଧ୍ୟରେ ରାଜ୍ୟ ପରିବହନ ବିଭାଗ ଚିଠି ଲେଖିଛି RTO କୁ । ଆଗକୁ ଆଉ ଅଡୁଆରେ ନ ଫସିବା ପାଇଁ ଚାଲିଛି ଯୋଜନା ।

ଏଥିର ଡିସେମ୍ବର ମାସରେ କରାଯିବ କଡ଼ା ପେଟ୍ରୋଲିଙ୍ଗ । ଦରକାର ପଡିଲେ ରାଜ୍ୟ ଯୋଗାଇ ଦେବ ପୋଲିସ୍ ବାହିନୀ । ହେଲମେଟ୍ ବିହୀନ ଗାଡ଼ି ଚାଳନା , ମଦ ପିଇ ଗାଡ଼ି ଚାଳନା , ମୋବାଇଲ୍ ବ୍ୟବହାର କରି ଗାଡ଼ି ଚାଳନା କରୁଥିବା ଲୋକାଙ୍କୁ କଡ଼ା କଡ଼ି ଯାଞ୍ଚ୍ କରାଯିବ ଓ ଦରକାର ପଡିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।