ବଦଳିଲା ନିୟମ, ଏହିସବୁ ଡ୍ରେସ୍ ପିନ୍ଧି ପଶି ପାରିବେନି ପୁରୀ ଶ୍ରୀମନ୍ଦିର ଭିତରକୁ, ଜାଣନ୍ତୁ କଣ ପିନ୍ଧିବା ହେଲା ବ୍ୟାନ୍

 
Dress code puri temple

ବଦଳିଲା ଶ୍ରୀ ମନ୍ଦିରର ଡ୍ରେସ୍ କୋଡ୍। ଏଣିକି ଏପରି ଡ୍ରେସ୍ ନ ପିନ୍ଧୁଥିଲେ ମନ୍ଦିର ଭିତରକୁ ପ୍ରବେଶ ନିଷେଧ। ଶ୍ରୀ ମନ୍ଦିରର କତ୍ତୃପକ୍ଷ ଜାରି କଲେ ନୂଆ ନିୟମ। ଏଣିକି କଡାକଡି ଭାବେ ନଜର ରଖାଯିବ ପୋଷାକ ପରିଧାନ ଉପରେ। ନୂତନ ବର୍ଷ ଠାରୁ ଅର୍ଥାତ୍ ୨୦୨୪ଠାରୁ ଲାଗୁ ହେବାକୁ ଯାଉଛି ଏହି ନିୟମ।

କ୍କଗଗ

ବର୍ତ୍ତମାନ ସମୟର ବିଗୁଡ଼ି ଥିବା ପୋଷାକ ପରିଧାନକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ଯାହା ଜାନୁଆରୀ ଏକ ୨୦୨୪ଠାରୁ ଲାଗୁ ହେବାର ବ୍ୟବସ୍ଥା ରହିଛି। ଶ୍ରୀ ମନ୍ଦିରର ପ୍ରଶାସକ କହିବା ଅନୁସାରେ ମନ୍ଦିର ଭିତରକୁ ପ୍ରବେଶ ସମୟରେ ସାଳୀନତା ପୂର୍ବକ ପୋଷାକ ପରିଧାନ କରିବାକୁ ପଡ଼ିବ।

୧୨ ବର୍ଷରୁ ଉର୍ଦ୍ଧ ଉଭୟ ପୁରୁଷ ଓ ମହିଳା ମାନେ ହାଲ୍ଫ ପ୍ୟାଣ୍ଟ୍ କିମ୍ବା ଚିରା ଫଟା ପୋଷାକ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ନାହିଁ। ସେହିପରି ଭକ୍ତମାନେ ହାତକଟା ପୋଷାକ ପିନ୍ଧି ମଧ୍ୟ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ଏହିଭଳି ପୋଷାକ ପିନ୍ଧିଥିଲେ ଭକ୍ତମାନଙ୍କୁ ମନ୍ଦିର ଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି ।

ପୋଷାକରେ ସାଳୀନତା ଓ ବ୍ୟବହାରରେ ମର୍ଯ୍ୟାଦା କୁ ନେଇ ମନ୍ଦିର ଭିତରେ ପ୍ରବେଶ କରିବାକୁ ଦିଆ ଯାଇଛି ନିର୍ଦ୍ଦେଶ। ଏ ନେଇ ସିଂହ ଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀ ମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକଙ୍କୁ ଭକ୍ତ ମାନଙ୍କ ପୋଷାକ ତଦାରଖ କରିବା ପାଇଁ ଦାୟୀତ୍ବ ଦିଆ ଯାଇଛି।