ଦେଖନ୍ତୁ ଭିଡିଓ: ପାଠ ପଢ଼ିବା ପାଇଁ ସାହାରା ସାଜିଛି ବାଉଁଶ ପୋଲ ହେଲେ ସେହି ପୋଲ ତଳେ ଜଗି ବସିଛି କୁମ୍ଭୀର

 
Kumbhira

ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପିଲା ବାଉଁଶ ପୋଲରେ ଯାଉଛନ୍ତି ସ୍କୁଲ। କୁମ୍ଭିର ଭୟରେ ନଦୀ ଉପରେ ବନ୍ଧା ଯାଇଛି ବାଉଁଶ ପୋଲ। ଯାହା ଉପରେ ବଡ଼ ଲୋକ ବି  ଜିବା ଆସିବା ପାଇଁ ଭୟ କରୁଛନ୍ତି। ସ୍କୁଲକୁ ଜିବା କୁ ଅନ୍ୟ କୌଣସି ବାଟ ନ ଥିବାରୁ ବାଉଁଶକୁ ଧରି ଡରି ଡରି ସ୍କୁଲ ଯାଉଛନ୍ତି ପିଲା ମାନେ। ଦୃଶ୍ୟଟିକୁ ଦେଖିଲେ ଆପଣ କୁ ଭୟ ଲାଗିବ।

Kumbhira

ଆଜ୍ଞା ହଁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।ପିଲାମାନେ  ଜିବନ୍ କୁ ବାଜି ଲଗାଇ ପାଠ ପଢିବାକୁ ଯାଉଛନ୍ତି ବିଦ୍ୟାଳୟକୁ। ବାଉଁଶ ପୋଲ ଟାବି ଏତେ ମଜଭୁତ ନୁହେଁ। ଅଣ ଓସାରିଆ ହୋଇ ବନ୍ଧା ଯାଇଛି। ନଦୀରେ ପୁଣି କୁମ୍ଭୀର ବି ରହିଛି। କୁମ୍ଭିରର ଆତଯାତ ଅନେକ ଥର ଦେଖିଲେଣି ଗ୍ରାମ ବାସୀ। ଯାହାକୁ ନେଇ ସେମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Gvhjg

ଆଜିର ଘଟଣା ଦେଖି ସମସ୍ତଙ୍କ ହୃଦୟ ଥରି ଯାଇଛି। ୫  ରୁ ୭ବର୍ଷ ପିଲାଟିଏ ପୋଲ ଉପରେ ଚାଲି ବିଦ୍ୟାଳୟକୁ ଯାଉ ଥିବା ବେଳେ ଗୋଡ ତାର ଖସି ଯାଇଥିଲା ପୋଲରୁ। ତଳେ ପାଣିରେ ପୁଣି କୁମ୍ଭୀର ଟିଏ ଏପଟ ସେପଟ ହେଉ ଥାଏ। ଛିଡ଼ା ହୋଇଥିବା ଲୋକ ମାନେ ଭୟଭୀତ ହୋଇ ଜାଇଥିଲେ ପିଲାଟି ନିଜକୁ ସମ୍ଭାଳି ନେଇଥିଲା।

ବାଉଁଶ ଉପରେ ଠିଆ ହୋଇ ନ ଚାଲି ବାଉଁଶ କୁ ଧରି ଗୁରୁଣ୍ଡି ଗୁରୁଣ୍ଡି ପୋଲ ପାର ହୋଇଥିଲା ପିଲାଟି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ। ଭିଡିଓ ଟିକୁ ଦେଖି ଲୋକେ ଅନେକ ପ୍ରତିକ୍ରିୟା ମଧ୍ୟଦେଖାଇଛନ୍ତି। କିଏ କିଏ ପିଲାଟିର ଏଭଳି କାମକୁ ପ୍ରଂଶସା କରିବା ବେଳେ ଆଉ କିଏ କିଏ ପ୍ରଶାସନକୁ ଦାୟୀ କରୁଛନ୍ତି।