ମାଡି ଆସୁଛି ବାତ୍ୟା 'ଦାନା' ଏହି ସବୁ ଜିଲ୍ଲାର ଅଧିବାସୀ ହେଇଯାନ୍ତୁ ସାବଧାନ, ମାଡ଼ କରିପାରେ ବାତ୍ୟା
ଆସୁଛି ବାତ୍ୟା । ଆଣ୍ଡାମାନ ସାଗରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ । ଆଗକୁ ନେବ ତୀବ୍ର ରୂପ । ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ଆସିଲା ବଡ଼ ଖବର । IMD ପକ୍ଷରୁ ସୂଚନା ଜାରି । ସ୍ୱତନ୍ତ୍ର ରିଲିଫ୍ କିମିଶନର ପକ୍ଷରୁ ସତର୍କ ଘଣ୍ଟି । ୨୩ରେ ବାତ୍ୟା ସମ୍ଭାବନା, ୨୪ ଲ୍ୟାଣ୍ଡଫଲ୍ । ୧୦୦ରୁ ୧୨୦ କିମିରେ ପବନ ବହିବା ଆଶଙ୍କା ।
୨୩ରୁ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏପରିକି ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ।ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରଖୋର୍ଦ୍ଧା, ପୁରୀ, ଗଜପତିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ରହିଛି।
ଆସନ୍ତାକାଲିଏହା ବଙ୍ଗୋପସାଗରେ ଲୁଘଚାପ କ୍ଷେତ୍ରରେ ପରିଣତ ହେବ। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ। ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ। ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ।
ୟୁରୋପିଆନ ପାଣିପାଗ ଫୋରକାଷ୍ଟ ଅନୁଯାୟୀ, ବାତ୍ୟା ଦାନା ୨୫ ତାରିଖ ବେଳକୁ ଓଡିଶା ଉପକୂଳ ପୁରୀ ନିକଟରେ ମାଡ ହୋଇପାରେ । ସେହିପରି ଜର୍ମାନୀ ପାଣିପାଗ ସଂସ୍ଥା ଆଇକନ ମଧ୍ୟ ସମାନ କଥା କହିଛି । ବାତ୍ୟା ଦାନା ଓଡିଶାର ଉପକୂଳ ଅଞ୍ଚଳ ପୁରୀରେ ନିକଟରେ ସ୍ଥଳଭାଗ ଛୁଇଁପାରେ । ଅନ୍ୟପଟରେ ଗ୍ଲୋବାଲ ଫୋରକାଷ୍ଟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଆକଳନ କରିଛି ।
ବାତ୍ୟା ୨୪ ତାରିଖ ବେଳକୁ ସ୍ଥଳଭାବଗ ଛୁଇଁଲା ବେଳକୁ ଏହାର ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇ ସୁନ୍ଦରବନ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି । ଯାହା ଏବେ ପୁଣି ଓଡିଶାରେ ବାତ୍ୟାର ସ୍ଥିତି ନେଇ ଶଙ୍କା ବଢାଇଛି । ପୁଣି ଏଥର ବାତ୍ୟା କେତେ କରାଳ ରୂପ ନେଇ ଆସିବ? ନା ଅଳ୍ପକେ ବର୍ତ୍ତିଯିବେ ଓଡିଶାବାସୀ, ତାହା ଉପରେ ସମସ୍ତଙ୍କ ନଜର ।