ଅପରାଧୀକୁ ସୁରକ୍ଷା ଦଉଛି ପୋଲିସ ହେଲେ ସିସିଟିଭି ଧରେଇ ଦେଇଛି ରେଞ୍ଜରୋଭର ମାଲିକକୁ, ଜାଣନ୍ତୁ ପୁରା ଖବର

 
Bbsr case

ଆଇନ୍ ଅନ୍ଧ ବୋଲି ତ ଆପଣ ଶୁଣିଥିବେ । ହେଲେ ଦିନକୁ ଦିନ ଆଇନ୍ ଅନ୍ଧ ସହିତ ମୁକ, ବଧିର ଓ କାଲ ବି ପାଲଟି ଯାଉଛି । ସବୁ ବେଳେ ନୁହେଁ ମ ଠିକ୍ ସେତିକି ବେଳେ ଯେତେବେଳେ ଆଇନ୍ ସାମ୍ନାରେ କେହି ନେତା , ମନ୍ତ୍ରୀ କି ପ୍ରଭାବଶାଳୀ ବ୍ୟକ୍ତି ପଡୁଛନ୍ତି ।

ରାଜଧାନୀର ରାସ୍ତା ଉପରେ ଦୁର୍ଘଟଣା ଘଟାଇଲା ଗାଡ଼ି । ଯାହାର ଶିକାର ହେଲେ ଜଣେ ଯବାନ ଓ ଆଉ ଜଣେ ଯୁବତୀ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଦୁହେଁ ମୃତ୍ୟୁ ସହିତ ଲଢେ଼ଇ କରି ଯୁବତୀ ଜଣକ ଆଖି ବୁଜି ଦେଇଛନ୍ତି।

ଉହୁଁ

ହେଲେ ଏ ଯାଏଁ ଗାଡ଼ିଟିର ସଠିକ୍ ପରିଚୟ ମିଳି ପାରି ନାହିଁ । କାହିଁକି ଜାଣିଛନ୍ତି କାରଣ ଗାଡ଼ିଟି କୋଉ ସାଧାରଣ ଗାଡ଼ି ନ ଥିଲା । କୋଉ ଅଟୋ ରିକ୍ସା କି କାର ନ ଥିଲା । ଗାଡ଼ିଟି ଥିଲା ରେଞ୍ଜ ରୋଭର୍ । ତା ପୁଣି ନାମୀଦାମୀ ଲୋକଙ୍କର ନାମୀଦାମୀ କମ୍ପାନୀର । ଏଠି ପୋଲିସ ଯେତିକି ଦୁର୍ଘଟଣାରେ ଶିକାର ହୋଇଥିବା ଲୋକ ମାନଙ୍କୁ ନ୍ୟାୟ ଦେବାରେ ବ୍ୟସ୍ତ ନାହିଁ ତା ଠାରୁ ଢେର୍ ବ୍ୟସ୍ତ ଅଛି ଅପରାଧୀର ପରିଚୟ ଲୁଚାଇବାରେ ।

କଥାଟି ଏଠି ସରଳ । ପୋଲିସ୍ ଭୟରେ ହେଉ ବା ଚାପରେ ଅପରାଧୀକୁ ଲୁଚାଇବାରେ ବହୁତ୍ ପ୍ରୟାସ କରୁଛି । ହେଲେ ଯଦି କୁହାଯାଏ ପୋଲିସକୁ ଯଦି ଏତେ ଭୟ ଲାଗୁଛି ତେବେ ସେ ଘରେ ବସନ୍ତୁ । ଏହା ହିଁ ମଙ୍ଗଳ। ଦୁର୍ଘଟଣା ହେବା ପରେ ଏକ ପ୍ରେସ୍ ମିଟିଂ ରେ ଦୁର୍ଘଟଣାର ସମସ୍ତ ତଥ୍ୟ ଦେଇଥିଲା ପୋଲିସ୍ ।

Range rover

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୋଲିସ ତାର ଇନଭେଷ୍ଟିଗେସନ ଫର୍ମରେ ଯେଉଁ ଗାଡ଼ି ନମ୍ବର ପକାଇଛି ତାହା ସମ୍ପୂର୍ଣ ଭୁଲ୍ ଅଟେ । ତେବେ ଦୁର୍ଘଟଣା ସ୍ଥଳର ସିସିଟିଭି ରେ କୟେଦ ହୋଇଥିଲା ଦୁର୍ଘଟଣା ଘଟାଇଥିବା ଗାଡ଼ିଟିର ନମ୍ବର ଯାହା ଥିଲା ଓଡ଼ି ୨୩ କେ ୦୦୦୬ । ଯେଉଁ ଗାଡ଼ିଟି ରେ ପୂର୍ବରୁ ଅନେକ ଥର ନବ ଦାସଙ୍କ ପୁଅ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ବିଶାଲ ଦାସଙ୍କୁ ଅନେକ ଥର ବୁଲିବାର ଦେଖା ଯାଇଛି ।