ଫୋନର କଭର ଭିତରେ ଟଙ୍କା ରଖୁଥିଲେ ଏବେ ହିଁ କାଢିଦିଅନ୍ତୁ, ନହେଲେ ହୋଇଯିବ ଏହି ବଡ଼ ଅସୁବିଧା

 
Phone cover note

ପୂର୍ବରୁ ଏମିତି ଅନେକ ଖବର ଯେଉଁଥିରେ ମୋବାଇଲ ଫୋନ୍ ପାଇଁ ଯାଇଛି ଅନେକ ଜୀବନ। ଅନେକ ସମୟରେ ସୋସିଆଲ ମିଡିଆରେ ଅନେକ ସତର୍କ ସୂଚନା ଆସିଥାଏ। ଆମେ ଆଜି ମୋବାଇଲ କୁ ନେଇ ଆଉ ଏକ ସତର୍କତା ବିଷୟରେ କହିବାକୁ ଯାଉଛୁ ଯା‌ହା ଜାଣି ରଖିବା ଅତ୍ୟନ୍ତ ଜରୁରୀ।

ଯଦି ଆପଣଙ୍କ ଫୋନ କଭରରେ ନୋଟ କିମ୍ଵା କୌଣସି କାଗଜ ପୁରାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ ନଚେତ ଆପଣଙ୍କ ସହିତ ବି ଘଟିପାରେ ଦୁର୍ଘଟଣା। ବେଳେ ବେଳେ ଆମର ଛୋଟ ଛୋଟ ଭୁଲ୍ ଆମକୁ ବିପଦ ମୁହଁକୁ ଟାଣି ନେଇଥାଏ। ଫୋନ ପଛ ପଟେ କାଗଜ କି ନୋଟ ରଖିବା ଆମ ପାଇଁ ଏକ ସଧାରଣ କଥା। ହେଲେ ଆମେ ଜାଣି ନଥାଏ ଏହି ସାଧାରଣ ଲାଗୁଥିବା କଥା ଟି କେତେବେଳେ ବି ଆମ ପାଇଁ ଅସାଧାରଣ ବନିପାରେ। ତେଣୁ ପୂର୍ବରୁ ସତର୍କ ହେବା ହିଁ ବୁଦ୍ଧିମାନ ର କାମ।

Phone

ଫୋନ ଫାଟିବା ପଛରେ ଅନେକ କାରଣ ରହିଥାଏ ଏଥି ମଧ୍ୟରୁ ଗୋଟିଏ ହେଉଛି ଫୋନ କଭରରେ ନୋଟ ରଖିବା। ଅନେକ ସମୟରେ ଫୋନ୍ ତାତିବାକୁ ଲାଗେ ଏହା ପଛର ସବୁ ଠାରୁ ବଡ କାରଣ ହେଉଛି ଫୋନ୍ ପଛରେ ନୋଟ ରଖିବା ନଚେତ୍ ଫୋନ ଉପରେ ମୋଟା କଭର ଲଗାଇବା ଯେବେ ଆପଣ ଲଗାତାର ଫୋନ୍ ର ବ୍ୟବହାର କରନ୍ତି ତେବେ ଫୋନ୍ ଗରମ ହେବାକୁ ଲାଗେ, ଫୋନ୍ କଭର ପଛରେ ଥିବା କଭର କିମ୍ବା ପଇସା ପାଇଁ ଫୋନ୍ ସହଜ ରେ ଥଣ୍ଡା ହୋଇପାରେ ନାହିଁ।

ଯାହା ଦ୍ୱାରା ଫୋନ୍ ଆତ୍ୟଧିକ ଗରମ ହୋଇ ବେଳେ ବେଳେ ଫାଟି ଯାଏ। ଫୋନ୍ ରେ ପଇସା ରଖିବା ଓ କଭର ମୋଟା ହେବା କାରଣରୁ ଏଥିରେ ଓୟେର ଲେସ ଚାରାଜିଂ ରେ ବି ସମସ୍ୟା ଆସି ପରେ। ଫୋନ୍ କାଭରରେ ନୋଟ ରଖିବା ରୁ ନେଟୱରକ ସମସ୍ୟା ମଧ୍ୟ ହୋଇପାରେ। ଫୋନ୍ କୁ ଚାର୍ଜ ରେ ଲଗାଇ ବ୍ୟବହାର କରିବା ମଧ୍ୟ ଫୋନ ଫାଟିବାର କାରଣ ହୋଇପାରେ।

Phone

ଯେମିତି ଉପରେ କୁହା ଗଲା ଯଦି ଆପଣ ଫୋନ କଭର ରେ ପଇସା ରଖିଛନ୍ତି  ଆପଣଙ୍କର ଏନେଇ କ୍ଷତି ମଧ୍ୟ ହୋଇପାରେ ଯେଉଁଥି ପାଇଁ ଆପଣଙ୍କ ଫୋନ୍ ଫାଟିବା ସହ ଆପଣଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇ ପାରେ।ଯଦି ଆପଣ ଏଥି ପ୍ରତି ଧ୍ୟାନ ଦିଅନ୍ତି ହୁଏତ ଆପଣା ଏ ଭଳି ଦୁର୍ଘଟଣା ରୁ ବଂଚି ପାରିବେ। ନିଜର ସୁରକ୍ଷା ନିଜ ହାତରେ। ସୁରକ୍ଷିତ ରହିବା ସତର୍କ ରହିବା। ଫୋନବି ନେଇ ପାରେ ଜୀବନ ! ପୂର୍ବରୁ ହୁଅନ୍ତୁ ସତର୍କ।