ଦେଖନ୍ତୁ ଭିଡିଓ: ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କର ଭିଡ଼ିଓ, ବାର ଭିତରେ ଏମିତି କରୁଥିଲେ ଶୁଭଲକ୍ଷ୍ମୀ, ସବୁ ରେକର୍ଡ କରିଦେଲା କ୍ୟାମେରା

 
Subhalaxmi

କଟକ ରୋଡ଼ ସ୍ଥିତ ଦିପାଳୀ ଲଜରୁ ଶୁଭଲକ୍ଷ୍ମୀ ସାହୁଙ୍କର ମୃତଦେହ ଉଦ୍ଧାର ହେବା ପରେ ଏବେ ଗୋଟିକ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ଏହା ମଧ୍ୟରେ ଶୁଭଲକ୍ଷ୍ମୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ସେ ନିଶା ସେବନ କରିଥିବାର ଜଣାପଡ଼ିଛି ।

Subhalaxmi

ଶୁଭଲକ୍ଷ୍ମୀଙ୍କ ମରିବା ପଛରେ ଅଙ୍କଲଙ୍କ ହାତ ଅଛି କି !

ମୃତ୍ୟୁର ୪-୬ ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ମାମଲାରେ ପୋଲିସ ଶୁଭଲକ୍ଷ୍ମୀଙ୍କ ବୟଫ୍ରେଣ୍ଡଙ୍କୁ ମିଶାଇ ୧୨ ଜଣଙ୍କୁ ଥାନାକୁ ଡାକି ପଚରାଉଚରା ଜାରି ରଖିଛି।

ତେବେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଏକ ବଡ ସୁରାଗ ପୋଲିସ ହାତରେ ଲାଗିଛି ବୋଲି ଜଣାପଡିଛି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାରେ ବର୍ତ୍ତମାନ ତାଙ୍କର ଜଣେ ଅଙ୍କଲଙ୍କ ନାମ ସାମ୍ନାକୁ ଆସିଛି । ତେବେ ସେହି ଅଙ୍କଲ ଜଣକ କିଏ ? ସୂଚନା ଅନୁଯାୟୀ ସେହି ଅଙ୍କଲ ଶୁଭଲକ୍ଷ୍ମୀଙ୍କର ବହୁତ ଯତ୍ନ ନେଉଥିଲେ ଆଉ ତା ସହିତ ସବୁ ବାରକୁ ଶୁଭଲକ୍ଷ୍ମୀଙ୍କୁ ଡ୍ୟାନ୍ସ କରାଇବାକୁ ନେଇ ଯାଉଥିଲେ । ଦୁହିଁଙ୍କ ମଧ୍ୟରେ ଡ୍ୟାନ୍ସ ବିଜିନେସ ଚାଲିଥିଲା। ସେଥିପାଇଁ ଅଙ୍କଲ ଶୁଭଲକ୍ଷ୍ମୀଙ୍କୁ ମାସକୁ ମାତ୍ର ୧୦ ହଜାର ଟଙ୍କା ଦେଉଥିବା ବେଳେ ନିଜେ ଲକ୍ଷ ଲକ୍ଷ ଟଙ୍କା ରଖୁଥିଲେ ବୋଲି ଜଣାପଡିଛି ।

ତେବେ ଶୁଭଲକ୍ଷ୍ମୀ ଏହି କଥା ଜାଣିବା ପରେ ଅଙ୍କଲଙ୍କଠାରୁ ଦୂରେଇ ଯାଇଥିଲେ । ଏହାପରେ ସେ ଅଙ୍କଲଙ୍କର କୌଣସି କଥା ଶୁଣିନଥିଲେ । ପରବର୍ତ୍ତୀ ସମୟରେ ଶୁଭଲକ୍ଷ୍ମୀ ନିଜେ ବିଜିନେସ ଆରମ୍ଭ କରିବା ସହ ଅଙ୍କଲଙ୍କର ବିନା ସହାୟତାରେ ବାରରେ ଡ୍ୟାନ୍ସ କରୁଥିଲେ । ସେଥିରୁ ଶୁଭଲକ୍ଷ୍ମୀ ଗୋଟେ ରାତିକୁ ୧୦ ହଜାର ଟଙ୍କା ଆୟ କରୁଥିବା ବେଳେ ଅଙ୍କଲଙ୍କର ବିଜିନେସ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା । 

ଏବେ ଏହି କଥାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଅଙ୍କଲଙ୍କୁ ଛାଡି ବାରରେ ମଦ୍ୟପାନ କରିବାକୁ ଆସୁଥିବା କିଛି ବ୍ୟକ୍ତି ବୋଧହୁଏ ଶୁଭଲଷ୍ମୀଙ୍କର କୌଣସି ଡ୍ୟାନ୍ସ ଭିଡିଓକୁ ନେଇ ତାକୁ ବ୍ଲାକମେଲିଙ୍ଗ କରି ସୋସିଆଲ ମିଡ଼ିଆ ରେ ଭିଡ଼ିଓ କୁ ଭାଇରଲ କରିବାର ଧମକ ଦେଉଥିଲେ କି ? କାହାର ଧମକକୁ ଖାତୀର ନ କରି ସେ ବାରରେ ଡ୍ୟାନ୍ସ କରୁଥିଲେ ଏହି କାରଣରୁ ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ଆଶଙ୍କା କରାଯାଉଛି ।