ଶୁଣନ୍ତୁ ଅଡିଓ: କାମିୟା ଓ ପାଣ୍ଡିଆନଙ୍କ କଥାବାର୍ତ୍ତାର ଅଡିଓ ପ୍ରମାଣ ଦେଲା ବିଜେପି, ଅଡିଓରେ ପାଣ୍ଡିଆନ୍ କହୁଛନ୍ତି ଏମିତି

 
Pandian kamiya

ପୁଣି ବଢିଲା ବିବାଦ। ପଣ୍ଡିଆନଙ୍କ ଉପରେ ତାତିଲେ ଓଡ଼ିଶା ବାସୀ। ନିକଟରେ ବିଜେପି ଦ୍ୱାରା ଏକ ଅଡିଓ କ୍ଲିପ୍ ଭାଏରାଲ ହେବା ପରେ, ସମସ୍ତଙ୍କ ର ଗୋଟିଏ ପ୍ରଶ୍ନ ଆଉ କେତେ ମିଛ କହିବେ ପାଣ୍ଡିଆନ ? ଓଡ଼ିଶାରେ ଉନ୍ନତି ନାଁ ରେ ଯାହା କରୁଛନ୍ତି ତ କରୁଛନ୍ତି ଶେଷରେ ନିଜ ସ୍ବାର୍ଥ ଓ ନିଜର ପ୍ରଚାର ପ୍ରସାର ପାଇଁ ଶ୍ରୀ ମନ୍ଦିର କୁ ମଧ୍ୟ ଛାଡ଼ୁ ନାହାନ୍ତି।

ଘୁ

ନିକଟରେ କମୀୟ ଜାନୀ, ଯେକି ଜଣେ ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର, ପୁରୀ ଜଗନ୍ନାଥ ମନ୍ଦିର ଆସିଥିଲେ। ସେ ଏକ ନୁହଁନ୍ତି ବରଂ ପାଣ୍ଡିଆନ ମଧ୍ୟ ତାଙ୍କ ସହିତ ଥିଲେ ମନ୍ଦିରରେ। ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ଯେଉଁଥିରେ ପାଣ୍ଡିଆନ କିପରି ତାଙ୍କୁ ପୁରୀ ମନ୍ଦିର ବୁଲେଇ ଦେଖାଉଛନ୍ତି ଓ ମହାପ୍ରାସାଦ ଖାଇବାକୁ ଦେଉଛନ୍ତି।

କଥାତ ଏ ଯାଏ ଠିକ୍ ଥିଲା। ହେଲେ କିଛି ଲୋକ ବିରୋଧ କରିଥିଲେ ଯେ, କମୀୟା ଜଣେ ଅଣହିନ୍ଦୁ ଅଟନ୍ତି। ସେ କୁଆଡେ ନିଜ ୟୁଟ୍ୟୁବରେ ଗୋରୁ ମାଂସର ପ୍ରଚାର ପ୍ରସାର କରନ୍ତି। ଓ ଖାଆନ୍ତୁ ମଧ୍ୟ। ଏହି ଅଭିଯୋଗର ପ୍ରତି ଉତ୍ତରରେ ପଣ୍ଡିଆନ କହିଥିଲେ ଯେ ମୋର ଏଥିରେ କିଛି ଭୁଲ ନାହିଁ। ଯାନିଆ ନି ନିଜ ଇଚ୍ଛାରେ ମନ୍ଦିର ବୁଲିବା ପାଇଁ ଆସିଥିଲେ। ସେ ମନ୍ଦିରର ପ୍ରଚାର ପ୍ରସାର କରିବା ପାଇଁ ଭିଡିଓ ବନାଇଥିଲେ ଯେଉଁଥିରେ ମୁଁ ତାଙ୍କର ସହଯୋଜ କରିଥିଲି ।

ହେଲେ ବିଜେପି ପକ୍ଷ ରୁ ଏକ ଅଡିଓ କ୍ଲିପ୍ ସାର୍ବଜନୀନ ହେବା ପାରେ ବଢି ଥିଲା ବିବାଦ। ଯେଉଁଥିରେ ଶୁଣିବାକୁ ମିଲିଥିଲା ଯେ ପାଣ୍ଡିଆନ୍ ନିଜେ ଫୋନ କଲ୍ ରେ କମୀୟାଙ୍କୁ ଶ୍ରୀ ମନ୍ଦିରକୁ ଡାକୁଛନ୍ତି। କହୁଛନ୍ତି ତୁମେ ଆସ ମନ୍ଦିର ବୁଲିବ ଓ ଅଭଡ଼ା ଖାଇବ ।

ଏହି ଅଡିଓ କ୍ଲିପ୍ ଶୁଣିବା ପରେ ସମସ୍ତଙ୍କର ଗୋଟିଏ ପ୍ରଶ୍ନ ପାଣ୍ଡିଆନ୍ କଣ ଓଡ଼ିଶା ବାସୀଙ୍କୁ ବୋକା ବନଉଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି କମିୟା ନିଜେ ମନ୍ଦିର ଆସିଥିଲେ ନା ତାଙ୍କୁ ଅଣା ଯାଇଥିଲା। ଯଦି ଅଣା ଯାଇଥିଲା ଏବେ କାହିଁକି।