ହଜାରେ ପୁଅଙ୍କ ପାଇଁ ଓଡ଼ିଶାରେ କେତେ ଅଛନ୍ତି ଝିଅ? କମୁଛି ଝିଅଙ୍କ ସଂଖ୍ୟା, ରିପୋର୍ଟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

 
Girls
ଓଡ଼ିଶାରେ କମୁଛି ଝିଅଙ୍କ ସଂଖ୍ୟା । ବର୍ତ୍ତମାନ ସମୟର ଏକ ଚିନ୍ତା ଜନକ ବିଷୟ ପାଲଟିଛି ଦ୍ରୁତ ଗତିରେ ହ୍ରାସ ପାଉଥିବା ଝିଅଙ୍କ ସଂଖ୍ୟା । ଝିଅଙ୍କ ସଂଖ୍ୟା ହ୍ରାସରେ ୬ନଂ ସ୍ଥାନରେ ରହିଛି ଓଡ଼ିଶା । ଯଦି ଦେଖାଯାଏ ତେବେ ଓଡ଼ିଶାରେ ପ୍ରତି ୧୦୦୦ ପୁଅରେ ମାତ୍ର ୯୨୫ ଜଣ ଝିଅ ରହିଛନ୍ତି ।

ଜ

ଯଦି ଏହି ପରିସ୍ଥିତି ଲାଗି ରୁହେ ତେବେ ଆଗକୁ ପରିସ୍ଥିତି ଖରାପ୍ ହୋଇପାରେ ବୋଲି ବିଶେଶଜ୍ଞ ମାନଙ୍କ ଦ୍ଵାରା ମତ ଦିଆ ଯାଇଛି । ସୂଚନା ଅନୁସାରେ ଓଡ଼ିଶାରେ ପ୍ରତୀ ୧୦୦୦ ପୁଅ ପାଇଁ କେନ୍ଦ୍ରାପଡାରେ ୮୯୮ , ଜଗତସିଂହପୁର ରେ ୮୯୭ , ଅନୁଗୁଳରେ ୮୮୫ , ସୋନପୁରରେ ୮୯୦ ଝିଅ ରହିଥିବା ବେଳେ ନୟାଗଡ ଓ ଢେଙ୍କାନାଳରେ ୮୧୨ ଓ ୮୬୫ ଝିଅ ରହିଛନ୍ତି । 

ଏହା ଏକ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ରୁ ଜଣା ପଡିଛି । ତେବେ କୁହା ଯାଉଛି ଯେ , ଏହାର ମୁଖ୍ୟ କାରଣ ହେଉଛି ଲିଙ୍ଗ ଚିହ୍ନଟ। ଏହା ସରକାରଙ୍କ ଦ୍ଵାରା ବେ ଆଇନ୍ ଘୋଷଣା କରାଯାଇଥିଲେ ମଧ୍ୟ , ଏହା ଚୋରାରେ କରା ଯାଉଛି । କିଛି ଅଭିଭାବକମାନେ ଲିଙ୍ଗ ନିରୂପଣ କରି ଝିଅ ହୋଇଥିଲେ ଗର୍ଭପାତ କରାଇ ଦେଉଛନ୍ତି ।

Girls

ତେବେ ପୁରୁଷ କେନ୍ଦ୍ରିକ ସମାଜ ଏବେ ବି ନାରୀ ମାନଙ୍କୁ ବୋଝ ବୋଲି ଭାବୁଛି କହିଲେ ଭୁଲ୍ ହେବ ନାହିଁ । ଭାରତରେ ଏ ନେଇ ଅନେକ ଆଇନ୍ କାନୁନ୍ ରହିଥିବା ବେଳେ ମଧ୍ୟ ପରିସ୍ଥିତି ବଦଳୁ ନାହିଁ । ତେବେ ଆବଶ୍ୟକ ରହିଛି ସଚେତନତାର । ଯାହା ହୁଏ ତ ମାନସିକ ସ୍ତରରେ ପରିବର୍ତ୍ତନ ଆଣିପାରେ ।