ବାଇକ୍ ଚାଳକଙ୍କ ପାଇଁ ଲାଗୁହେଲା ନୂଆ ନିୟମ, ଏଣିକି ହଳଦିଆ ନମ୍ବର ପ୍ଲେଟ ଲାଗାଇ ହେବ ବାଧ୍ୟତାମୂଳକ, ଜାଣନ୍ତୁ ପୁରା ଖବର

 
New rules for bikers

RTO ଲାଗୁ କଲା ନୂଆ ନିୟମ।ଏବେ ରାଜଧାନୀ ରାସ୍ତାରେ ଗଡିବ ହଳଦିଆ ପ୍ଲେଟ୍ ଥିବା ବାଇକ୍। ବାଇକ୍ ଗୁଡ଼ିକୁ ପଞ୍ଜୀକୃତ କରାଇ ପଞ୍ଜୀକୃତ କର ଦେବାକୁ ବି ପଡ଼ିବ। ତା ପରେ ଯାଇ ସର୍ଭିସ୍ ଡେଲିଭର କରି ପାରିବେ ବାଇକ୍ ଚାଳକ ମାନେ। ହେଲେ ଏ ନେଇ RTO ବିରୋଧରେ ସ୍ବର ଉଠାଇଛି ଅନଲାଇନ୍ ବାଇକ୍ ସଂଘ। ତାଙ୍କ ଉପରେ ଦୟା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ କରିଛନ୍ତି ଅନୁରୋଧ।

ଘୁ

ଦୀର୍ଘ ଦିନ ଧରି ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ ଓ ଅନଲାଇନ୍ ବାଇକ୍ ସଂଗଠନ ମଧ୍ୟରେ ଜାରି ରହିଛି ବିବାଦ। ସ୍ମାର୍ଟ ସିଟି ଅଟୋ ଚାଳକ ମାନଙ୍କ କହିବା ଅନୁସାରେ ଏହି ଅନଲାଇନ୍ ବାଇକ୍ ସେବା ହେତୁ ସେମାନଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ଆଗ ଭଳି ଆଉ ତାଙ୍କର ବ୍ୟାପାର ହେଉ ନାହିଁ। ଅଟୋ ଚାଳକ ମାନେ ରାଜଧାନୀରେ ଅଟୋ ଚଳାଇବା ନିମନ୍ତେ ବିଭିନ୍ନ ପ୍ରକାରର ଟ୍ୟାକ୍ସ ଦେଇଥାନ୍ତି। ଯେପରିକି ସଂଘ ଟ୍ୟାକ୍ସ, ରୋଡ୍ ଟ୍ୟାକ୍ସ ଆଦି। ତେଣୁ କରି ଅଟୋ ଚାଳକ ମାନେ ଏ ନେଇ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

ସେମାନେ ଟ୍ୟାକ୍ସ ଦେଉଥିବା ବେଳେ କିଛି ସଂସ୍ଥା କୌଣସି ଟ୍ୟାକ୍ସ ହ ଦେଇ ସୁବିଧାର ଫାଇଦା ଉଠାଉଛନ୍ତି। ଯେଉଁଥୀରେ ଅଟୋ ଚାଳକ ମାନଙ୍କ ରୋଜି ରୋଟିରେ ପ୍ରଭାବ ପଡୁଛି। ଅଟୋ ଚାଳକଙ୍କର ଏପରି ଅଭିଯୋଗ ପରେ RTO ଅନଲାଇନ୍ ବାଇକ୍ ସର୍ଭିସ୍ ଗୁଡ଼ିକ ପାଇଁ ନୂଆ ନିୟମ ଲାଗୁ କରିଥିଲେ। ଉକ୍ତ ନିୟମ ଅନୁସାରେ ଅନଲାଇନ୍ ସେବା ଯୋଗାଉଥିବା ବାଇକ୍ ଚାଳକ ମାନେ ନିଜ ବାଇକ୍ ରେ ସ୍ଵତନ୍ତ୍ର ପଞ୍ଜିକରଣ କରାଇ ଏକ ହଳଦିଆ ନମ୍ବର ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା।

Ola uber rapido

ଏ ନେଇ ଏବେ ଅନଲାଇନ୍ ସେବା ଯୋଗାଉଥିବା ବାଇକ୍ ଚାଳକ ମାନେ ଓହ୍ଲାଇଛନ୍ତି ରାଜ ରାସ୍ତା କୁ। ସେମାନଙ୍କ କହିବା ଅନୁସାରେ ଏପରି ସର୍ଭିସ୍ ରେ ଥିବା ବ୍ୟକ୍ତି ବିଶେଷ ମାନେ ଗରିବ ଶ୍ରେଣୀର ଅଟନ୍ତି। ଏପରି ପ୍ରକ୍ରିୟା ଦ୍ୱାରା ସେମାନେ ମଧ୍ୟ ପ୍ରଭାବିତ ହେବେ। କାରଣ ଏହି ନିୟମ ମାଧ୍ୟମରେ ବାଇକ୍ ପିଛା ତିନି ହଜାର ଟଙ୍କା ଦେବାକୁ ପଡେ ଏବଂ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ମଧ୍ୟ ଜଟିଳ ରହିଛି। ଏହା ବାବଦକୁ RTO ମଧ୍ୟ କୌଣସି ସୁରକ୍ଷା ପଦ୍ଧତି ଆପଣାଇ ନାହିଁ। ତେଣୁ କରି ଅନଲାଇନ୍ ବାଇକ୍ ଚାଳକଙ୍କ କହିବା ଅନୁସାରେ ସେମାନେ ଏହି ନିୟମ ମାନିବାକୁ ସଂପୂର୍ଣ୍ଣ ରାଜି ଅଛନ୍ତି ହେଲେ ନିୟମରେ କିଛି କୋହଳ କରାଯିବା ପାଇଁ ସେମାନେ ଦାବି କରିଛନ୍ତି।