ମାଳିକାରେ ବର୍ଣ୍ଣିତ କଟକର ରହସ୍ୟମୟ ଜରିଆ ନଈ, ରହିଛି ଏକ ବିରାଟକାୟ ଚିତଳ ମାଛ, ଜାଣନ୍ତୁ ପୁରା ଖବର

 
Malika bacan

ଜରିଆ ନଇର ଗଣ୍ଡ ରେ ଚିତଳ ମାଛ କାହିଁକି ଜଗିରହିଛି ? ଆଜିର ଏହି ତନ୍ତ୍ର ମନ୍ତ୍ର ଦୁନିଆରେ ଇତିହାସର ଏହା ହେଉଛି ଏକ ରହସ୍ୟମୟ ଜାଗା। ଶାସ୍ତ୍ର ଏବଂ ଲୋକଙ୍କ କହିବା ଅନୁସାରେ ଓ ସ୍ୱାମୀ ଅଚ୍ୟୁତାନନ୍ଦଙ୍କ ମାଳିକା ରେ ମଧ୍ୟ ଏହି ଜାଗା ବିଷୟରେ ଉଲ୍ଲେଖ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜରିଆ ନଇରେ ମାଛ ଧରିବା ପାଇଁ ଲୋକ ଯାଇଥିଲେ ଏବଂ ଜାଲରେ ଏକ ମାଛ ପଡିଥିଲା।

Nai

ହଠାତ ନଈ ମଝିରୁ ପାଣି ଘଡ଼ଘଡ ଶବ୍ଦ ଶୁଭିଲା ଏବଂ ଦେଖାଗଲା  ଏକ ବିରାଟକାୟ ଚିତଳ ମାଛ। ନଈ ମଝିରୁ ଧୂଆଁ ବାହାରିବାକୁ ଲାଗିଲା ଏହାପରେ ନଈ ମଝିରୁ ଦୁଇ ଭାଗ ହୋଇଗଲା। ଲୋକଙ୍କ କହିବା ଅନୁସାରେ ଏହି ଜରିଆ ନଈ ଆଶା ପୂରଣ କରୁଥିଲା। ଏପରିକି ବିବାହ ଓ ବ୍ରତଘରରେ ଯାହା ଆବଶ୍ୟକ ପଡୁଥିଲା ଲୋକେ ଏହି ଜରିଆ ନଇ ପାଖକୁ ଆସି ଏକ ଚିଠି ଲେଖିଦେଇ ପାଣିକି ପକାଇଦେଇଥାନ୍ତି।

ଧୀରେ ଧୀରେ ସେଇ କାଗଜଟି ପାଣିରେ ବୁଡ଼ିବାକୁ ଲାଗେ। ତା ପରଦିନ ସକାଳକୁ ଆସି ଦେଖନ୍ତି ସେମାନେ କାଗଜଟିରେ ଯାହା ଯାହା ଲେଖିଥାନ୍ତି ତାହା କୂଳରେ ଆସି ଭାସୁଥାଏ ଏବଂ ସେମାନେ ସେଇ ଜିନିଷ କୁ ଆଣି କାର୍ଯ୍ୟରେ ଲଗାନ୍ତି।

Maa

କିନ୍ତୁ କଳିଯୁଗର ଲୋକମାନେ ଯେଉଁ ଜିନିଷ ଜରିଆ ନଦୀରୁ ପାଇଥାନ୍ତି ତାକୁ ଫେରାଇନଥାନ୍ତି। ଏହି କାହାଣୀ ପଛରେ ପ୍ରଭୁ ବିନୋଦବିହାରୀଙ୍କ କିମ୍ବଦନ୍ତୀ ରହିଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଏଇ ଜରିଆ ନଈ ରେ ପ୍ରଭୁ ବିନୋଦବିହାରୀଙ୍କର ଚାପ ଖେଳ ହୁଏ। ପ୍ରଭୁଙ୍କ ଗୋଟିଏ ପଟରେ ମା ଦରାଧିକା ଆଉ ଦୁତିକା ଏବଂ ଆଉ ଗୋଟେ ପଟେ ମା ଲଳିତା ଆଉ ବିଶାଖା ରୁହନ୍ତି। ହଠାତ ଦିନେ ଚାପ ଖେଳୁଥିବା ସମୟରେ ମା ଦୁତିକ ଜରିଆ ଗଣ୍ଡ ଭିଆରକୁ ଡେଇଁ ପଡ଼ି଼ଥିଲେ ଯାହାକି କିମ୍ବଦନ୍ତୀ ରୁ ଜଣାପଡିଛି।