ଯୁବତୀ ଭାବି ପ୍ରେମ କରିଥିଲେ ସେ ବାହାରିଲା ବୟସ୍କା ମହିଳା, ନିଜ ଝିଅର ଫଟୋ ଦେଖାଇ ଯୁକକଙ୍କୁ ପ୍ରେମ କରୁଥିଲା ମା, ଜାଣନ୍ତୁ ପୁରା ଘଟଣା

 
Jubati maa
ନିଜ ୧୬ ବର୍ଷୀୟ ଝିଅର ଫଟୋ ଦେଖାଇ ଯୁବକଙ୍କୁ ପ୍ରେମ କରୁଥିଲେ ମାଆ ! ପ୍ରେମ କରୁ ନ ଥିଲେ ତ ଥରକୁ ଥର ବିଭିନ୍ନ ବାହାନା ଦେଖାଇ ଟଙ୍କା ପରେ ଟଙ୍କା ଲୁଟି ଚାଲିଥିଲେ । ଯୁବକ ବି ପ୍ରେମରେ ଅନ୍ଧ । କେବଳ ଫଟୋ ଦେଖି ପଇସା ଦେଇ ଚାଲିଥିଲେ ।

W

ଦିନେ କି ଦୁଇ ଦିନ ନୁହେଁ ବରଂ ପାଖାପାଖି ଦୁଇ ବର୍ଷ ଧରି ଚାଲିଥିଲା ଏହି ପ୍ରେମ ସମ୍ପର୍କ । ତେବେ ଏହି ଦୁଇ ବର୍ଷ ଭିତରେ କେବେ ଥରେ ବି ସେ ଦେଖି ନ ଥିଲେ ପ୍ରେମିକାର ମୁହଁ । ଖାଲି ଫଟୋ ଦେଖି କରୁଥିଲେ ପ୍ରେମ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ । ସ୍ମାର୍ଟ୍ ସିଟି ର ଲୋକ ବି ବୋକା ବନି ଯାଉଛନ୍ତି ଝିଅଙ୍କ ପ୍ରେମରେ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯେଉଁ ସୋସିଆଲ ମିଡ଼ିଆକୁ ଅସ୍ତ୍ର କରି ଯୁବକଙ୍କୁ ଭଲ ପାଇ ତାଙ୍କ ଠାରୁ ଟଙ୍କା ଲୁଟୁ ଥିଲେ ସେହି ସୋସିଆଲ ମିଡ଼ିଆ ଖୋଲି ଦେଇଛି ଅସଲି ମୁଖା । ସୂଚନା ଅନୁସାରେ ଯୁବକ ଜଣଙ୍କ ଝିଅଟିକୁ ବାରମ୍ବାର ମୁହଁ ଦେଖାଇବା ପାଇଁ କହୁଥିଲେ ।

ହେଲେ ଝିଅଟି ସବୁବେଳେ କିଛି ନା କିଛି ବାହାନା କରି ମୁହଁ ଦେଖାଇବା ପାଇଁ ମନା କରି ଦେଉଥିଲା । ଯେଉଁଥି ପାଇଁ ଧୀରେ ଧୀରେ ଯୁବକ ଜଣଙ୍କର ସନ୍ଦେହ ବଢିବାରେ ଲାଗିଥିଲା । ସେଥି ପାଇଁ ଯୁବକ ଜଣଙ୍କ ଧୀରେ ଧୀରେ କଥା ବାର୍ତ୍ତା ବନ୍ଦ୍ କରିବାକୁ ଲାଗିଥିଲେ । 

Mahila

ଯୁବତୀଙ୍କ ଜାଲରେ ପଡୁ ନ ଥିଲେ । ଯେଉଁଥି ପାଇଁ ଯୁବତୀ ଜଣକ ଆଉ ଏକ ଉପାୟ ପାଂଚିଥିଲେ । ଯୁବତୀ ଜଣକ ଯୁବକଙ୍କ ଠାରୁ ଅଧିକ ପଇସା ଲୁଟିବା ପାଇଁ ତାଙ୍କୁ ବାହାଘରର ପ୍ରତିଶ୍ରୁତି ଦେଇଥିଲେ । ସେଥି ପାଇଁ ବାହାଘରର ତାରିଖ, ସମୟ, ସ୍ଥାନ ସବୁ ଠିକ୍ କରିଥିଲେ ଯୁବତୀ ଜଣଙ୍କ।

ସେଥି ପାଇଁ ଯୁବତୀ ଜଣଙ୍କ ଏକ ଭିଡିଓ ମଧ୍ୟ କରିଥିଲେ ଯାହାକୁ ନିଜ ଫେକେ ଆକାଉଣ୍ଟ ରେ ଛାଡ଼ିବା ପରିବର୍ତ୍ତେ ନିଜ ଝିଅ ଆକାଉଣ୍ଟରେ ଛାଡି ଦେଇଥିଲେ ଯାହା ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା।