ମା' ର ପର ପୁରୁଷ ସହ ପାପ ସମ୍ପର୍କ ବାପାକୁ କହିଦେବାକୁ କହିବାରୁ ପୁଅକୁ ଶାଢି କାନିରେ ତଣ୍ଟି ଚିପି ମାରିଦେଲା ମା, ଜାଣନ୍ତୁ ପୁରା ଘଟଣା

 
Maa pua

ପରକୀୟା ପ୍ରୀତି ପାଇଁ ୧୩ ବର୍ଷୀୟ ପୁଅର ଜୀବନ ନେବାକୁ ବି ପଛେଇଲାନି ମା ! ତେବେ କଣ ସତରେ ସେ ମାଆ ନା ରାକ୍ଷସୀ ? କୁହାଯାଏ ଗୋଟିଏ ନାରୀ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମାତୃତ୍ଵ । ତାହେଲେ କିଭଳି ଏକ ମାଆ ନିଜ ସ୍ୱାର୍ଥ ପାଇଁ ଶେଷରେ ନିଜ ସନ୍ତାନର ବି ଜୀବନ ନେବାକୁ ପଛେଇଲାନି ?

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ନିନ୍ଦନୀୟ ଏବଂ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ରେ । ସୂଚନା ଅନୁସାରେ , ଦେବଗଡ଼ର ଏକ ମହିଳା ନିଜକୁ ବଞ୍ଚାଇବାକୁ ଯାଇ ତା ପୁଅର ଜୀବନ ନେଇ ଯାଇଛି । ତା ପୁଣି ତା ଶାଢ଼ୀରେ । ନିଜ ଶାଢ଼ୀରେ ପୁଅର ତଣ୍ଟି ଚିପି ହତ୍ୟା କରିଛି ମାଆ ।

Maa pua

ମହିଳା ଜଣକର ନାମ ହେଉଛି ଲିଲି ସୁନେଲ । ଲିଲି ଙ୍କ ସ୍ଵାମୀ କୁଳମଣି ବାହାରେ ଚାକିରି କରନ୍ତି । ଏହି ସୁଯୋଗର ଫାଇଦା ଉଠାନ୍ତି ଲିଲି । ନିଜ ସ୍ଵାମୀ ଘରେ ନ ଥିବା ଦେଖି ସେ ପର ପୁରୁଷ ସହ ଅନୈତିକ ସମ୍ପର୍କ ସ୍ଥାପନ କରନ୍ତି ।

ଯାହା ତାଙ୍କ ପୁଅ ଜାଣି ଦେଇଥିଲା । ଏବଂ ବାପାଙ୍କ ମଧ୍ୟ ସବୁ କହିଦେବ ବୋଲି କହିବାରୁ ଲିଲି ନିଜ ଶାଢ଼ୀରେ ପୁଅର ତଣ୍ଟି ଚିପି ତାର ହତ୍ୟା କରିଥିଲା । ଏହା ପରେ ସ୍ବାମୀଙ୍କୁ ଫୋନ୍ କରି ପୁଅର ଦେହ ଭଲ ନାହିଁ ବୋଲି ସେ ତାକୁ ମେଡିକାଲରେ ଭର୍ତ୍ତି କରିଛି ବୋଲି ମଧ୍ୟ କହିଥିଲା । 

ସ୍ଵାମୀ ମେଡିକାଲରେ ପହଞ୍ଚିବା ବେଳକୁ ପୁଅଟିର ଜୀବନ ଚାଲି ଯାଇଥିଲା । ଯାହା ପରେ କୁଳମଣୀଙ୍କ ସନ୍ଦେହ ହୋଇଥିଲା ତାଙ୍କ ସ୍ତ୍ରୀ ଲିଲି ଉପରେ । ପରେ ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ।

ଯାହା ଦ୍ୱାରା ପୋଲିସ ଲିଲି ଙ୍କୁ ଆସି ପଚରା ଉଚରା କରିବାରୁ ସେ ସବୁ ସର କହିବା ସହ ତାଙ୍କ ପୁଅକୁ ସେ ମାରିଛନ୍ତି ବୋଲି ମଶୁ ସ୍ବୀକାର କରିଛନ୍ତି । ଯାହା ପରେ ପୋଲିସ ଏବେ ତାଙ୍କୁ ଗିରଫ କରିଛି ।