କାଲି ମାଆକୁ ଫୋନ କରି ସବୁ କହିଥିଲା ଝିଅ, ହେଲେ ଆଜି ମିଳିଲା ମୃତଦେହ, ଝିଅକୁ ଝୁରି ହେଉଛି ମାଆ, ଜାଣନ୍ତୁ ପୁରା ଘଟଣା
ଝିଅ ସହିତ ଫୋନରେ କଥା ହେଉଥିଲା ମା , ମା ଆଗରେ ସବୁ ମନ କଥା ଖୋଲି କହିଥିଲା ଝିଅ । ମା ବି ଝିଅକୁ ସାନ୍ତ୍ବନା ଦେଇ ବୁଝାଇଥିଲେ । ହେଲେ କଣ ହେଲା କେଜାଣି ଆଜି ଝିଅର ମୃତ୍ୟୁ ଖବର ମିଳିଲା ମାଆକୁ । ଝିଅର ମୃତ୍ୟୁ ଖବର ପାଇ ମାଆର ପାଦ ତଳୁ ଯେପରି ମାଟି ଖସି ପଡିଛି ।
Follow our WhatsApp channel and get all the Latest news
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
ତାଳଚେର ଗୋପାଳପ୍ରସାଦ ଅଞ୍ଚଳର ସନ୍ତୋଷ ସାହୁଙ୍କ ଝିଅ ଜସମିନ ସାହୁ । ଜସମିନ ତାଳଚେର କ୍ରିଏଟିଭ ଟେକ୍ନୋଲୋଜି କଲେଜର ବିସିଏ ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ ।
ଜସମିନ ପୂର୍ବ ଦିନ ରାତିରେ ନିଜ ମାଙ୍କ ସହ କଥା ହେଇଥିଲେ । ନିଜର ସବୁ କଥା କହିଥିଲେ । ତା ପରେ ତାଙ୍କ ମାଆ ତାଙ୍କୁ ବୁଝାଇଥିଲେ ମଧ୍ୟ । ସବୁ କିଛି ଠିକ୍ ଥିଲା । ପରେ ଝିଅର ମନ ପରିବର୍ତ୍ତନ ହୋଇ ଯାଇଥିଲା ।
ମାଆ ସହ କଥା ହୋଇ ଝିଅ ଫୋନ୍ ରଖିଲା । ହେଲେ ସକାଳୁ ହଷ୍ଟେଲର ୱାର୍ଡେନ ଫୋନ କରି ଝିଅର ମୃତ୍ୟୁ କଥା କହିବା ପରେ ଘର ଲୋକଙ୍କୁ ଏକ ସକ୍ତ ଝଟକା ଲାଗିଥିଲା । ହେଲେ ଏହା ହତ୍ୟା କି ଆତ୍ମହତ୍ୟା ଏବଂ ଯଦି ଆତ୍ମହତ୍ୟା ତା ପଛର କାରଣ ଜାଣିବା ପାଇଁ ପୋଲିସ ପାଖରେ ଦାବି କରିଛନ୍ତି ଘର ଲୋକେ ।