କେତେ ଆଶା ନେଇ ୨ଟି ପୁଅ ଜନ୍ମ କରିଥିଲା ମା, ମାତ୍ର ସେ ପୁଅ ହିଁ ମାକୁ ଯନ୍ତ୍ରଣାରେ ଛଟପଟ ପାଇଁ ଛାଡିଦେଲା, ଜାଣନ୍ତୁ ପୁରା ଘଟଣା

 
Maa pua

ଏ ଜଗତରେ ଗୋଟିଏ ହିଁ ମଧୁର ଡାକ ଆଉ ସେ ହଉଛି ମାଁ । ମାଁ ନାମ ଧରିଲେ ବଡ଼ ବଡ଼ ଦୁଃଖ କଷ୍ଟ ଦୂର ହୋଇଯାଏ । ମାଁ ଏପରି ଜଣେ ମଣିଷ, ଯିଏ ନିଜ କଥା ନ ଭାବି ତା ପିଲା ଏବଂ ପରିବାର କଥା ପ୍ରଥମେ ଭାବିଥାଏ । 

ମାଁ ନିଜର ପୁଅ ଝିଅଙ୍କୁ ବହୁତ ଭଲ ପାଇଥାନ୍ତି । 9 ମାସ ଗର୍ଭରେ ରଖି ଜନ୍ମ କରିଥିବା ପୁଅକୁ ମାଁ କେମିତି ବା ଭଲ ନ ପାଇବ । ସନ୍ତାନ ପାଇବା ପାଇଁ ମାଁ କେତେ ଯେ ଦୁଃଖ କଷ୍ଟ ପାଇଥାଏ ସେକଥା ସମସ୍ତେ ଜାଣନ୍ତି । ତା ବଦଳରେ ମାଁ ବାପା ଖାଲି ଏତିକି ଆଶା ରଖନ୍ତି ଯେ ବୃଦ୍ଧ ବୟସରେ ସନ୍ତାନ ତାଙ୍କର ସାହା ଭରସା ହେବ ।

ଆଜି କାଲି କିନ୍ତୁ ଏଇ ସମାଜରେ ରହୁଥିବା କିଛି ମଣିଷ ମାଁ ର ମହତ୍ୱ କୁ ଭୁଲି ଯାଇଛନ୍ତି । ଆଉ ତାକୁ ବୃଦ୍ଧ ବୟସରେ ପର କରି ଦେଇ ଏକୁଟିଆ ଚାଲି ଯାଆନ୍ତି । ଯେଉଁ ବୟସରେ ମାଁ ର ଆଶାବାଡି ସାଜିବା କଥା, ସେହି ବୟସରେ ସେ ମାଁ କୁ ଦେଖିବା ପାଇଁ ମଧ୍ୟ ସେମାନେ ମନ କରନ୍ତି ନାହିଁ । 

Maa

ବର୍ତ୍ତମାନ ଏମିତି ଏକ କରୁଣ କାହାଣୀ ଦେଖିବା ପାଇଁ ମିଳିଛି, ଯାହା ଆପଣଙ୍କ ମାନଙ୍କୁ ଅତ୍ୟନ୍ତ ଦୁଃଖ ଦେବ । ଏପରି ଜଣେ ମାଁ ଙ୍କୁ ଦେଖିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁ-ହ ଝରି ଆସିବ । ବୃଦ୍ଧ ବୟସରେ ରୋଗ ରେ ପୀଡିତ ହୋଇଯାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପଟାଧାର ଗ୍ରାମର ପଦ୍ମାବତୀ ।

ତାଙ୍କର ସ୍ୱାମୀ ଚାଲିଗଲା ପରେ ଦୁଇ ପୁଅ ଆଉ ବୋହୂଙ୍କୁ ନେଇ ତାଙ୍କ ପରିବାର ଚାଲିଥିଲା । କିଛି ଦିନ ପରେ ବଡ ପୁଅ ଏକୁଟିଆ ରହିବ ବୋଲି ଘର ଛାଡ଼ି ପଳାଇ ଯାଇଥିଲା । ଆଉ ଏପଟେ ମାଆ ପାଖରେ ରହୁଥିବା ସାନ ପୁଅ ମଧ୍ୟ ବଡ ଭାଇ ଆସୁନାହିଁ ବୋଲି କାରଣ ଦେଖାଇ ଘର ଛାଡ଼ି ପଳାଇ ଯାଇଥିଲା । କେହି ମଧ୍ୟ ଥରେ ହେଲେ ମଧ୍ୟ କେହି ସେହି ବୁଢ଼ୀ ମାଆ କଥା ଭାବି ନଥିଲେ ।