ସଜବାଜ ହୋଇ ସକାଳେ ଆଞ୍ଜୁଳି ଟେକିଲେ, ସଞ୍ଜରେ ଚାନ୍ଦ ପୂଜା କରିବା ପୂର୍ବରୁ ଚାଲିଗଲେ ଚାନ୍ଦିନୀ, ଜାଣନ୍ତୁ ପୁରା ଘଟଣା

ଆଜ୍ଞା ହଁ , କୁମାର ପୂର୍ଣ୍ଣିମା ଦିନ ଏକ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଂଚଳରେ । ମୃତ ଯୁବତୀଙ୍କ ନାମ ରଶ୍ମିତା ଜେନା ।
ରଶ୍ମିତା ସେଦିନ ବେଶ୍ ତରବରରେ ପୂଜା ପାଇଁ କାରଣ ଚନ୍ଦ୍ର ଗ୍ରହଣ ପୂର୍ବରୁ ସମସ୍ତ ପୂଜା ସାରିବାର ଥିଲା । ସେ ଚାନ୍ଦ ପୂଜା କରି ସାରିବା ପରେ ସାଉଣ୍ଡ ବକ୍ସ ସଜାଉଥିଲେ । ସାଉଣ୍ଡ ବକ୍ସଟିରେ ବିଦ୍ୟୁତ୍ ସଂଯୋଗ ଥିବା ହେତୁ ରଶ୍ମିତାଙ୍କୁ ଜୋରରେ ବିଦ୍ୟୁତ୍ ଝଟକା ଲାଗିଥିଲା ।
ରଶ୍ମିତା ଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ରଶ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲକୁ ନେଇ ଯାଇଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ଘସିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ସଂଧ୍ୟାରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରଶ୍ମିତା କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଶୈଲଙ୍ଗ ସମବାୟ ସମିତିରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।