ନଭେମ୍ବର ମାସ ଓଡିଶା ପାଇଁ ଆଣିବ ବଡ ବିପଦ, ଝଡ ଭୂସ୍ଖଳନ ଓ ଭୂମିକମ୍ପ ଭଳି ଆସିବ ପ୍ରାକୃତିକ ବିପର୍ଯ୍ୟୟ, ଜାଣନ୍ତୁ ପୁରା ଖବର
ପାଞ୍ଜିରେ ଭବିଷ୍ୟବାଣୀ । ନଭେମ୍ବର ମାସରେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଭୟ । ଓଡିଶାକୁ ଭୂମିକମ୍ପ ଭୟ ଥିବାନେଇ ପାଞ୍ଜିରେ ହୋଇଛି ଭବିଷ୍ୟବାଣୀ । ଖଡ଼ୀରତ୍ନ ପାଞ୍ଜି ଅନୁସାରେ ନଭେମ୍ବର ମାସରେ ରାଜ୍ୟକୁ ଲଘୁଚାପ ବୃଷ୍ଟି ସମେତ ଭୂମିକମ୍ପ ହେବାର ଉଲ୍ଲେଖ ରହିଛି। ତେବେ ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି । ପଞ୍ଜିକାରେ ଲେଖାଯାଇଛି ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।
ଅକ୍ଟୋବର ୧୭ରୁ ୨୩ ମଧ୍ୟେ ଅକ୍ଟୋବର ୨୬ରୁ ୩୦ ମଧ୍ୟେ ଏବଂ ନଭେମ୍ବର ୫ରୁ ୯ ମଧ୍ୟେ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ଼ ଲଘୁଚାପ ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନ ଜୀବନ ପ୍ରଭାବିତ ହେବ । ପଞ୍ଜିକାର ଏହି ତଥ୍ୟକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଜ୍ୟୋତିର୍ବିଦ ମଧ୍ୟ ତାଙ୍କ ମତ ରଖିଛନ୍ତି ।
ଖଡ଼ିରତ୍ନ ପଞ୍ଜିକାରେ ଦିଆ ଯାଇଥିବା ଅକ୍ଟୋବରର ଏହି ସୂଚନା ସତ ହୋଇସାରିଛି । ଆଉ ବାତ୍ୟାର ‘ଦାନା’ ବିଶେଷକରି ୩ ଜିଲ୍ଲାକୁ ପ୍ରଭାବିତ କରିଛି । ହେଲେ ଖଡ଼ିରତ୍ନ ପଞ୍ଜିକାରେ ନଭେମ୍ବର ମାସରେ ପୁଣି ଓଡ଼ିଶାକୁ ଆସିବାକୁ ଥିବା ଏହି ବାତ୍ୟା ସଙ୍କେତ କେତ ସତେ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ହେଲେ ଏହି ପଞ୍ଜିକାର ପୂର୍ବାନୁମାନକୁ ନେଇ ସାଧାରଣରେ ଜୋର ଚର୍ଚ୍ଚା ହେଉଛି ।