ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା, ଅବପାତରେ ପରିଣତ ହେଲା ଲଘୁଚାପ ୩ରେ ବାତ୍ୟା, ଜାଣନ୍ତୁ ପୁରା ଖବର

 
Batya
ରହିଛି ବାତ୍ୟାର ସମ୍ଭାବନା । ଆସନ୍ତା ୩ ତାରିଖ ସୁଦ୍ଧା ବଙ୍ଗୋପ ସାଗରରେ ସୃଷ୍ଟି ହେବ ବାତ୍ୟା । ଏ ନେଇ ପାଣିପାଗ ବିଭାଗ ଜାରି କରିଛି ଗୁରୁତ୍ଵ ପୂର୍ଣ୍ଣ ତଥ୍ୟାବଳୀ । ବାତ୍ୟାର ସମ୍ଭାବନା ମାତ୍ରେ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବା ପାଇଁ ବାରଣ କରିଛି ପାଣିପାଗ ବିଭାଗ । 

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୩ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଯାହା ୪ରେ ସମୁଦ୍ର ଉପକୂଳ ଛୁଇଁବ । ତେବେ ଆସନ୍ତୁ ଏହି ବାତ୍ୟାର ଅବସ୍ଥିତି ପ୍ରଭାବ ବିଷୟରେ ଜାଣିବା ।

Batya

ବାତ୍ୟା ଉତ୍ତର ତାମିଲନାଡୁ ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖା ପାଖି ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ଵର । ପାଣିପାଗ ବିଭାଗର ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ ।

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । 

ପରେ ଏହା ଅଧିକ ଘନୀଭୂତ ହେବା ସହିତ ପ୍ରାୟ ୩ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ । ଏହି ବାତ୍ୟାର ନାମ ରଖା ଯାଇଛି ମିଞ୍ଚାଉଙ୍ଗ । ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରାୟ ୭ ଜିଲ୍ଲାକୁ ଚିଠି ଲେଖିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର । ଏହି ୭ ଟି ଜିଲ୍ଲା ହେଉଛି ବାଲେଶ୍ଵର , ଭଦ୍ରକ , କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ।