ମାଡିଆସୁଛି ବର୍ଷା ଛାତିରେ ଛନକା, ବୁଡିିଯିବ ଏହିସବୁ ଜିଲ୍ଲା ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ରୁହନ୍ତୁ ସତର୍କ
ରାଜ୍ୟରେ ବଢିବାକୁ ଯାଉଛି ବର୍ଷାର ପରିମାଣ । ବିଜୁଳି ସହ ଘଡ଼ଘଡ଼ିରେ ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ଦେଖାଦେବ ଏହି ଲଗାଣ ବର୍ଷା । ଲଗାଣ ବର୍ଷାର ପରିମାଣ ଏତେ ଅଧିକ ରହିବ ଯେ ଏହି ତିନି ଦିନ ମଧ୍ୟରେ ବୁଡ଼ି ଯାଇପାରେ ଓଡ଼ିଶାରେ ଅନେକ ଜିଲ୍ଲା ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଭୁବନେଶ୍ୱର ପାଣିପାଗର ସୂଚନା ଅନୁଯାୟୀ , ପ୍ରାୟ ୬୦ ରୁ ୭୦ ସେଣ୍ଟି ମିଟର ପର୍ଯ୍ୟନ୍ତ ବର୍ଷାର ଆକଳନ କରା ଯାଇଛି । ଏହା ସହିତ ପ୍ରାୟ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣିଙ୍ଗ ଜାରି କରା ଯାଇଛି । କଟକ ମଧ୍ୟ ସେଥିରେ ସାମିଲ ରହିଛି ।
କଟକ ସହିତ ପୁରୀ , ଢେଙ୍କାନାଳ , ବୌଦ୍ଧ , ଯାଜପୁର , କେନ୍ଦ୍ରାପଡ଼ା , ସୋନପୁର , ରାୟଗଡ଼ା , ଅନୁଗୁଳ, ଜଗତସିଂହପୁର , ଗଞ୍ଜାମ , ଗଜପତି , ଭଦ୍ରକ ଏବଂ ବାଲେଶ୍ବର ଭଳି ଜିଲ୍ଲା ଗୁଡ଼ିକରେ ୟେଲୋ ୱାର୍ଣିଙ୍ଗ ଜାରି କରା ଯାଇଛି ।
ଏହା ସହ ଆଗାମୀ ୭ ତାରିଖରେ ମଧ୍ୟ କଟକ , ଦେବଗଡ଼ , ସମ୍ବଲପୁର , ଗଜପତି ଏବଂ ବୌଦ୍ଧରେ ବର୍ଷାର ମାତ୍ରା ବଢିବାର ପୂର୍ବ ସୂଚନା ମିଳିଛି । ତେବେ ମାଲକାନଗିରୀ ରେ ବର୍ଷାର ପରିମାଣ ଏତେ ଅଧିକ ରହିଛି ଯେ ସେହି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ଗଲାଣି ।