କୁମାର ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ନୀତି କ୍ରାନ୍ତି, କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ

 
Chandra grahan kumar purnima
ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ପଡ଼ିବାକୁ ଯାଉଛି ଚନ୍ଦ୍ର ଗ୍ରହଣ। ଏହା କୌଣସି ସାଧାରଣ ଗ୍ରହଣ ନୁହେଁ। ଏହାକୁ ରାହୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ମଧ୍ୟ କୁହା ଯାଉଛି। କୁମାର ପୂର୍ଣ୍ଣିମାରେ ଚନ୍ଦ୍ରମାଙ୍କର ଏକ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେଉଥିବା ବେଳେ କିନ୍ତୁ ଏଥର ପୂର୍ଣ୍ଣିମାରେ ଚନ୍ଦ୍ରମାକୁ ଲାଗିବାକୁ ଯାଉଛି ଗ୍ରହଣ। କୁମାର ପୂର୍ଣ୍ଣିମା ଓଡ଼ିଆ ମାନଙ୍କର ଏକ ସ୍ଵତନ୍ତ୍ର ପର୍ବ ହୋଇଥିବା ବେଳେ ଚନ୍ଦ୍ର ଗ୍ରହଣ ଏକ ବିଶେଷ ସମସ୍ୟା ସୃଷ୍ଟି କରିଛି। ତେବେ ଅନ୍ୟ ମାନଙ୍କ ପରି ଆପଣଙ୍କ ମନରେ ବି ହୁଏ ତ ସେହି ସମାନ ପ୍ରଶ୍ନ ଥାଇପାରେ, ଯେ ଚନ୍ଦ୍ର ଗ୍ରହଣର ପ୍ରଭାବର ସମୟ ପରେ ପୂଜା ଅର୍ଚ୍ଚନା କିପରି କରାଯିବ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା ବିସ୍ତାରରେ।
ଚିକ
ଏ ବର୍ଷ ଅକ୍ଟୋବର ୨୮ ରେ ପାଳିତ ହେବାକୁ ଯାଉଛି କୁମାର ପୂର୍ଣ୍ଣିମା। ଏବଂ ଏହି ଦିନ ହିଁ ୨୦୨୩ ମସିହାର ଶେଷ ଓ ପ୍ରଥମ ଚନ୍ଦ୍ର ଗ୍ରହଣ ପଡ଼ିବାକୁ ଯାଉଛି। ସୂଚନା ଅନୁସାରେ ଗ୍ରହଣର ପ୍ରଭାବ ପ୍ରାୟ ୧ ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ ରହିବ। ପାକତ୍ୟାଗର ସମୟ ଅକ୍ଟୋବର ୨୮ ଅପରାହ୍ନ ୪ ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତି ୨ ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ଏବଂ ଗ୍ରହଣର ସ୍ପର୍ଶ ରାତି ୧ ଟା ୪ ମିନିଟ୍ ୨୫ ସେକେଣ୍ଡରେ ଏବଂ ସର୍ବମୋକ୍ଷ ରାତି ୨ ଟା ୨୪ ମିନିଟ ୨ ସେକେଣ୍ଡ ରହିବ। ତେବେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗର ବିଧି ରହିଛି।
Horoscope
ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ମାନଙ୍କ ଏବଂ ଏହି ଚନ୍ଦ୍ର ଗ୍ରହଣ ଅଶୁଭ ଓ କେଉଁ ରାଶିର ଲୋକ ମାନଙ୍କ ପାଇଁ ଶୁଭ ଅଟେ।
ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ପ୍ରାୟ ୬ ଟି ରାଶିର ଲୋକ ମାନଙ୍କ ପାଇଁ ଅଶୁଭ ଅଟେ। - ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା । ଏହା ବ୍ୟତୀତ ଏହି ଚନ୍ଦ୍ର ଗ୍ରହଣ ମିଥୁନ,ବିଛା,ଧନୁ,ମକର,କୁମ୍ଭ ଓ ମିନ ରାଶିର ଲୋକ ମାନଙ୍କ ପାଇଁ ଶୁଭ ଅଟେ।
ଚନ୍ଦ୍ର ଗ୍ରହଣର ଶ୍ରୀ ମନ୍ଦିରରେ ପ୍ରଭାବ ;
କୁମାର ପୂର୍ଣ୍ଣିମା ଦିନ ଶ୍ରୀ ମନ୍ଦିରରେ ବିଶେଷ ନିୟମ ପାଳନ କରାଯାଏ। ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି। ଏଥର ଚନ୍ଦ୍ର ଗ୍ରହଣ ହେବା ପୁର୍ବରୁ ପରିକ୍ରମା ଶେଷ କରିବା ପାଇଁ ବିଶେଷ ଧ୍ୟାନ ଦିଆ ଯାଇଛି। ଗ୍ରହଣର ସ୍ପର୍ଶ ହେବା ମାତ୍ରେ ଶ୍ରୀ ମନ୍ଦିରରେ ଆରମ୍ଭ ହୋଇଥାଏ ସ୍ଵତନ୍ତ୍ର ନିତିକାନ୍ତି। ଯାହାକି ଶ୍ରୀ ମନ୍ଦିରର ଏକ ଅନ୍ୟତମ ବିଶେଷତ୍ଵ।