ଖାକିରେ ପ୍ରେମ ଛିଟା, ବିବାହିତା ମହିଳା ଇନ୍ସପେକ୍ଟରଙ୍କ ସହ ଆଇପିଏସଙ୍କ ପ୍ରେମ, ବାହା ହେବା ପାଇଁ ସ୍ୱାମୀଙ୍କୁ ପିଟିଲେ, ଜାଣନ୍ତୁ ପୁରା ଘଟଣା

 
Police

ଆଇପିଏସ ଅଫିସରଙ୍କ ପ୍ରେମ ! ଏକ ବିବାହିତା ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ କରି ତାଙ୍କୁ ବାହା ହେବେ ବୋଲି ଜିଦ୍ ଧରି ବସିଛନ୍ତି । କେବଳ ଏତିକି ନୁହେଁ ଆଜ୍ଞା ଏହି ବାହା ହେବାର ନିଶା ତାଙ୍କୁ ଏତେ ଘାରି ରଖିଥିଲା ଯେ ତାଙ୍କର କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୂଚନା ଅନୁଯାୟୀ ଆଇପିଏସ ଏବଂ ଇନ୍ସପେକ୍ଟର ଦୁଇ ଜଣ ଯାକ ରାଜଧାନୀ ଥାନାରେ କାମ କରନ୍ତି । ଦୁହେଁ ବିବାହିତ ଅଟନ୍ତି । ଆଇପିଏସଙ୍କର ବୟସ ୫୦ ବର୍ଷ ହୋଇଥିବା ବେଳେ ତାଙ୍କର ସନ୍ତାନ ମଧ୍ୟ ରହିଛି । ଏହା ସହ ଇନ୍ସପେକ୍ଟର ଜଣକଙ୍କର ମଧ୍ୟ ଦୁଇଟି ପିଲା ରହିଛି Ay

ଘଟଣା ଅନୁଯାୟୀ ଦୁହେଁ ୫ ବର୍ଷ ହେବ ଦୁହିଁଙ୍କୁ ଭଲ ପାଇ ଆସିଥିଲେ । କିନ୍ତୁ ଗତ ଶନିବାର ଦିନ ସବୁ ବିଗିଡି ଯାଇଥିଲା । ଶନିବାର ଦିନ ଆଇପିଏସ ଅଫିସର ଜଣକ ଇନ୍ସପେକ୍ଟରଙ୍କ କ୍ୱାଟରକୁ ଯାଇଥିଲେ । ତାଙ୍କୁ ବାହା ହେବା ପାଇଁ ଜିଦ୍ ଧରି ବସିଥିଲେ । 

ଠିକ୍ ଏହି ସମୟରେ ମହିଳା ଜଣଙ୍କ ସ୍ୱାମି ଆସି ପହଞ୍ଚି ଯାଇଥିଲେ । ଯାହା ପରେ ମହିଳାଙ୍କ ସ୍ବାମୀ ଏବଂ ଆଇପିଏସଙ୍କ ମଧ୍ୟରେ ପାଟି ତୁଣ୍ଡ ହେବା ସହ ଦୁହେଁ ଦୁହିଁଙ୍କୁ ମାଡ଼ ମାରିଥିଲେ ମଧ୍ୟ ।

ଯାହା ପରେ ରାଜଧାନୀ ଥାନାର ଏସପି ମଧ୍ୟ ସେଠାରେ ପହଞ୍ଚିଥିଲେ । ପରେ ଇନ୍ସପେକ୍ଟରଙ୍କ ସ୍ଵାମୀ ଙ୍କ ମୁହଁ ଫାଟି ଯାଇ ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ସହ ଆଇପିଏସ୍ ଜଣକ ମଦ ନିଶାରେ ଏପରି କରିଛନ୍ତି ବୋଲି ସେ କହିଛନ୍ତି ।

Police

ତେବେ ମହଙ୍ଗା ପଡିଛି ପ୍ରେମ ନିବେଦନ ! ନିଲମ୍ବିତ ହୋଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ । ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗରେ ତାଙ୍କ ଉପରେ ବଡ ଆକ୍ସନ୍ ନିଆଯାଇଛି । ଦିଲ୍ଲୀ ନୀତି ଆୟୋଗ ବୈଠକରୁ ଫେରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଇପିଏସ ଅଫିସରଙ୍କ ବିରୋଧରେ ମହିଳା ପୋଲିସ ଇନସପେକ୍ଟରଙ୍କ ଘରେ ପଶି ଗଣ୍ଡଗୋଳ କରିବା ସହ ତାଙ୍କ ସ୍ବାମୀଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।