ଦେଖନ୍ତୁ ଭିଡିଓ: ସୁନ୍ଦରୀ ସ୍ତ୍ରୀ ମଧୁର ରିଲ୍ ଭିଡ଼ିଓ ଦେଖି, ସ୍ୱାମୀ ସପନର ହେଉଥିଲା ରକ୍ତ ଗରମ୍, ତାପରେ କରିଦେଲା ଏମିତି

 
Stree ku hatya
ସନ୍ଦେହର ଆଉ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ବରମୁଣ୍ଡାରେ । ସ୍ତ୍ରୀକୁ ସନ୍ଦେହ କରି ସ୍ଵାମୀ କରିଛି ମରଣାତ୍ମକ ଆକ୍ରମଣ । ସ୍ତ୍ରୀ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ବାମୀଙ୍କୁ ଗିରଫ କରି ପୋଲିସ କରିଛି କୋର୍ଟ ଚାଲାଣ ।

Couple

ତେବେ ପୋଲିସର ସୂଚନା ଅନୁଯାୟୀ ମଧୁସ୍ମିତା ଦାସ ଓ ସ୍ଵାମୀ ସପନ କର ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ । ହେଲେ ସେମାନେ ନିଜ ବିବାହରେ ଖୁସି ନ ଥିଲେ । ବାରମ୍ବାର କଳି ଝଗଡ଼ା ହେବାରୁ ଗତ ୩ ବର୍ଷ ହେବ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଥିଲେ ।

ମଧୁସ୍ମିତା ନିଜ ପୁଅ ସହିତ ତାଙ୍କ ବାପଘର ବାଲେଶ୍ଵର ଖଇରାରେ ରହୁଥିଲେ । ଏପରିକି ପୂର୍ବରୁ ନିଜ ସ୍ଵାମୀ ନାଁରେ ସୋର ଥାନାରେ ଅଭିଯୋଗ କରିଥିଲେ ମଧୁସ୍ମିତା । ନିଜ ରୋଜଗାର ପନ୍ଥା ଖୋଜି ମଧୁସ୍ମିତା ପହଞ୍ଚି ଥିଲେ ଭୁବନେଶ୍ୱରରେ । ଯେଉଁଠାରେ ସେ ଏକ ବିଲ୍ଡ଼ର ସଂସ୍ଥାରେ ରହି କାମ କରୁଥିଲେ ।

ଏହି ମଧ୍ୟରେ ନିଜ ବଡ ବାପାଙ୍କ ଶୁଦ୍ଧି କ୍ରିୟାରେ ଯୋଗ ଦେବା ପାଇଁ ପୁନେରେ ରହୁଥିବା ସପନ ଆସି ପହଞ୍ଚେ ଗାଆଁରେ ଏବଂ ମଧୁସ୍ମିତାକୁ ଫୋନ୍ କରି ସେଠାକୁ ଯିବାକୁ ବାଧ୍ୟ କରେ । ହେଲେ ମଧୁସ୍ମିତା ସିଧା ସିଧା ମନା କରି ଦିଅନ୍ତି ।

ଯାହା ପରେ ରାଗି ଯାଆନ୍ତି ସ୍ଵାମୀ । ଯୋଜନା ମୁତାବକ ଏକ ଛୁରୀ ସହ ମଧୁସ୍ମିତାଙ୍କ ଅଫିସ୍ ନିକଟରେ ପହଞ୍ଚନ୍ତି । ସେଠାରେ ତାଙ୍କୁ ମାଡ ମାରିବା ସହିତ ଛୁରୀରେ ମରଣାତ୍ମକ ଆକ୍ରମଣ ମଧ୍ୟ କରନ୍ତି ।