ଯାଇଥିଲେ ଦଶହରା ବୁଲିବାକୁ ହେଲେ ପୋଖରୀରେ ଭାଶୁଥିଲା ଯୁବତୀ ମୃତଦେହ, କେମିତି ହେଲା ଏମିତି ଜାଣନ୍ତୁ
ଦଶହରାରୁ ନିଖୋଜ ଥିଲେ ଯୁବତୀ । ଏବେ ପୋଖରୀରୁ ମିଳିଲା ମୃତଦେହ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଅଙ୍ଗେଇପାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରବିବାର ଦିନ ସେ ନିଖୋଜ ଥିଲେ । ଦଶହରା ଥିବାରୁ ଝିଅ ବୁଲିବାକୁ ଯାଇଥିବା ପରିବାର ଲୋକେ ଭାବିଥିଲେ । ଅଧିକ ରାତି ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ନ ପାଇବାରୁ ପରେ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।
ଭଦ୍ରକ ଜିଲ୍ଲାର ଧାମନଗର ଥାନା କରଦା ପଞ୍ଚାୟତ ଅଙ୍ଗେଇପାଳ ଗାଁର ହେମନ୍ତ କରଙ୍କ ୨୩ ବର୍ଷୀୟ ଝିଅ ଶୁଭସ୍ମିତା । ଡାକ ନାଁ ବର୍ଷା । ଗାଁରେ ଭାରି ଗେଲ୍ହା ଥିଲା ବର୍ଷା । ଗତ ରବିବାର ଦିନଠୁ ବର୍ଷା ନିଖୋଜ ଥିଲା । ଦଶହରା ଥିବାରୁ ସଜବାଜ ହୋଇ ଠାକୁର ଦେଖି ଯାଇଛି ବୋଲି ପରିବାର ଲୋକେ ଭାବିଥିଲେ । ହେଲେ ଦିନ ଯାଇ ରାତି ହେଲା ଘରକୁ ଫେରିଲାନି ବର୍ଷା ।
ଅଧିକ ରାତି ହେବାରୁ ଚିନ୍ତା ବଢ଼ିଥିଲା ପରିବାର ଲୋକଙ୍କ । ବଢ଼ିଲା ଝିଅଟା ଏତେ ସମୟ ହେଲାଣି ଫେରି ନାହିଁ କାହିଁକି। କିଛି ଅଘଟଣ ଘଟୁଥିବ ବୋଲି ଏମିତି ସବୁ ଚିନ୍ତା ଘାରିଲା ପରିବାର ଲୋକଙ୍କୁ । ବହୁ ଖୋଜାଖୋଜି କଲେ ହେଲେ କେଉଁଠି ବି ପାଇଲେନି ବର୍ଷାକୁ । ଝିଅକୁ ନ ପାଇବାରୁ ବାଧ୍ୟ ହୋଇ ଥାନାରେ ଅଭିଯୋଗ କଲେ ଘର ଲୋକ। ହେଲେ ପୋଲିସ ଝିଅକୁ ପାଇବା ପୂର୍ବରୁ ଆସିଲା ଦୁଃଖଦ ଖବର ।
ଘର ଠାରୁ କିଛି ଦୂର ଦାଣ୍ଡିଆପଦା ଡୋଜର ଗଢିଆ ପୋଖରୀରେ ବର୍ଷା ଭାସୁଥିବାର ଦେଖିବାକୁ ପାଇଲେ ଗାଁ ଲୋକେ । କିନ୍ତୁ ର୍ବଷା ଯେମିତି ଅବସ୍ଥାରେ ଭାସୁଥିଲା ତାକୁ ଦେଖି ଚମକି ପଡିଥିଲେ ଲୋକେ । ଆଉ ଜୀବନ ନଥିଲା ତା ଦେହରେ । ଧାମନଗର ପୋଲିସକୁ ଖବର ଦିଆଗଲା । ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ତଦନ୍ତ ଆରମ୍ଭ କରିଛି ।
ତେବେ ମୃତ୍ୟୁକୁ ନେଇ ଚାଲିଛି ଅନେକ ଚର୍ଚ୍ଚା ପ୍ରେମଜନିତ କାରଣରୁ ର୍ବଷା ଏମିତି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ନା ତାଙ୍କୁ କେହି ପୋଖରୀକୁ ଠେଲି ମାରି ଦେଇଛନ୍ତି ତାକୁ ନେଇ ସନ୍ଦହେ ସୃଷ୍ଟି ହୋଇଛି ସମସ୍ତଙ୍କ ମନରେ । ପୋଲିସ ଅଧିକ ତଦନ୍ତ କରୁଛି । ଘର ଲୋକ ଏବଂ ପଡ଼ୋଶୀଙ୍କୁ ପଚରା ଉଚରା କରି ତଥ୍ୟ ସଂଗ୍ରହ କରୁଛି । ହେଲେ ଏଯାଏ ସ୍ପଷ୍ଟ ହୋଇନି ବର୍ଷାର ମୃତଦେହ ପୋଖରୀକୁ ଆସିଲା କେମିତି ?