ଦେଖନ୍ତୁ ଭିଡିଓ: ଘରର ଅଭାବ ପାଇଁ ଘରୁ ଗୋଡ଼ କାଢିଥିଲା ଝିଅ, ହେଲେ ବେଙ୍ଗାଲୁରୁରେ ଯାଇ ଝିଅର ଅବସ୍ଥା ଏମିତି ହେଇଗଲା

 
Maa jhia

ବାପା ମାଙ୍କ ଦୁଃଖ ସହି ନ ପାରି ଝିଅ ଯାଇଥିଲା ବିଦେଶ। ସେଠି ଦୁଇ ପଇସା କମେଇବ ବାପା ମାଆଙ୍କ ମୁହଁରେ ହସ ଟିକିଏ ଦେବ। କେତେ ଆଶା ଓ ଭରସା ନେଇ ନିଜ ମାଉସୀ ସହିତ ଘରୁ ବାହାରକୁ ଯାଇଥିବା ଝିଅ ସତ୍ୟଭାମା।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

Maa jhia

ହେଲେ ବିଧାତାଙ୍କ ଇଚ୍ଛା ବି ବେଳେ ବେଳେ ଅଜବ ଥାଏ। ତାଙ୍କ ଇଶାରାରେ ମାଟି କେତେବେଳେ ସୁନା ହୋଇଯାଏ ତ ଆଉ କେତେ ବେଳେ ସୁନା ହୋଇଯାଏ ମାଟି। ଏପରି କିଛି ଘଟି ଯାଇଛି ସତ୍ୟଭାମାଙ୍କ କ୍ଷେତ୍ରରେ।

ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ସରବରା ଗାଆଁରେ। ସେଠାରେ ରହୁଥିବା ରମେଶ ଚନ୍ଦ୍ର ନାୟକଙ୍କ ଝିଅ ହେଉଛନ୍ତି ସତ୍ୟଭାମା ନାୟକ। ପରିବାରର ଏପରି ଖରାପ୍ ଅବସ୍ଥାରେ ବାପା ମାଆଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସତ୍ୟଭାମା ନିଜ ମାଉସି ସହିତ ବେଙ୍ଗାଲୁର ଯାଇଥିଲେ।

ସେଠାରେ ଏକ କମ୍ପାନୀରେ କାମ କରୁଥିଲେ ଦୁହେଁ। କମ୍ପାନୀରୁ ନାଇଟ ସିଫ୍ଟ କରି ରୁମ୍ ରେ ଶୋଇଥିବା ସମୟରେ ପାଣି ଭାବି ବୋତଲ ରେ ଥିବା ଏସିଡ୍ କୁ ଭୁଲ୍ ରେ ପିଇ ଦେଇଥିଲେ ସତ୍ୟଭାମା। ଯାହା ପରେ ତାଙ୍କ ପେଟ ଓ ଗଳା ଜଳି ଉଠିଥିଲା।

ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ନେଇ ଯାଇଥିଲେ। ଏସିଡ୍ ରେ ତାଙ୍କ ଖାଦ୍ୟ ନଳୀ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଯାହାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି।