ଦେଖନ୍ତୁ ଭିଡିଓ: ଝିଅ କଲା ପୁଅର କର୍ତ୍ତବ୍ୟ,ପରମ୍ପରା ଭାଙ୍ଗି ବାପାଙ୍କୁ ଦେଲା ମୁଖାଗ୍ନି, ଆଖିରୁ ବହି ଚାଲିଛି ଲୁହର ଧାରା

 
Jhia mukhagni

ବାପାକୁ ମୁଖାଗ୍ନି ଦେଲା ଝିଅ। ସମସ୍ତଙ୍କ ପାଇଁ ସୃଷ୍ଟି କଲା ଉଦାହରଣ। ଏଭଳି ଏକ ପୁରୁଷ ପ୍ରାଧାନ୍ୟ ସମାଜ ପାଇଁ ଏହା ଏକ ନୂଆ ବାର୍ତ୍ତା। ଅନେକ ଦିନରୁ ପୁଅ ମୁଖାଗ୍ନୀ ଦେବା , ଶବ ସତ୍କାର କରିବା, କ୍ରିୟା ଧରିବା ଏପରି ସଂସ୍କାର ଚାଲି ଆସୁଛି। ଏପରି କି ଅନେକ ସ୍ଥାନରେ ଝିଅ ମାନଙ୍କୁ ଶ୍ମଶାନ ଯିବାର ମଧ୍ୟ ଅନୁମତି ନ ଥାଏ। ଏଥି ମଧ୍ୟରେ ଏହି ଝିଅଟିର ଏପରି କାମ ଅନ୍ୟ ଝିଅ ମାନଙ୍କ ପାଇଁ ନିଜ ଅଧିକାରକୁ ନେଇ ସଚେତନ ହେବାର ବାର୍ତ୍ତା ଯୋଗାଇଛି।

ଚୁ

ନବରଙ୍ଗପୁର ଜିଲ୍ଲା ସଦରମହକୁମା ର ପଠାଣ ସାହିରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଦୃଶ୍ୟ। ଉକ୍ତ ସାହିରେ କଟେଶ୍ୱର୍ ରାଓ ନିଜର ଦୁଇ ଝିଅ ଓ ସ୍ତ୍ରୀଙ୍କ ସହିତ ରହୁଥିଲେ। ଗତ କାଲି ହଠାତ୍ କଟେଶ୍ୱରଙ୍କର ମୃତ୍ୟୁ ଘଟିଥିଲା। ଯେଉଁ ଘଟଣାକୁ ନେଇ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ପରିବାରର ଏକ ମୁଖ୍ୟ ସମସ୍ୟା ଥିଲା କିଏ ବାପାଙ୍କୁ ମୂଖାଗ୍ନୀ ଦେବ।

କାରଣ ତାଙ୍କର କେହି ପୁଅ ନ ଥିଲେ। ଏଥି ମଧ୍ୟରେ ତାଙ୍କ ଝିଅ ସମାଜକୁ ନ ଡରି କହିଥିଲା ମୁଁ ମୋ ବାପାଙ୍କର ଝିଅ।ମୋର ସମ୍ପୁର୍ଣ ଅଧିକାର ରହିଛି ମୋ ବାପାଙ୍କର ଶୁଦ୍ଧିକ୍ରିୟା କରିବାର।ଏବଂ ମୁ ହିଁ ବାପାଙ୍କୁ ମୁଖାଗ୍ନୀ ଦେବୀ। ତା ପରେ ଠିକ୍ ସେହି ପରି ମଧ୍ୟ ହୋଇଥିଲା। ଝିଅ ବାପାଙ୍କୁ ମୂଖାଗ୍ନି ଦେଲା।

ଘଟଣା ଟି ଏବେ ଉକ୍ତ ଅଂଚଳରେ ପୁରା ଚର୍ଚ୍ଚାରେ। ଲୋକେ ବେଶ୍ ସ୍ଵାଗତ କରୁଛନ୍ତି ଘଟଣାଟିକୁ। ସୂଚନାରୁ ଜଣାପଡିଛି କଟେଶ୍ୱର ଜଣେ ସମାଜ ସଂସ୍କାରକ ଥିଲେ।ସେ ସମାଜରୁ କୁ ସଂସ୍କାର ଦୂର କରିବା ପାଇଁ ଅନେକ କାର୍ଯ୍ୟ କରିଛନ୍ତି।