ବିଳମ୍ବିତ ରାତିରେ ଆସୁଛନ୍ତି ଜଣେ ଯୁବ ବିଧାୟକ, ଭିତରେ ରହୁଛନ୍ତି ୫ରୁ ୬ ଜଣ ସୁନ୍ଦରୀ ଲଳନା, ଆଉ ତାପରେ...

 
Neta

ଗେଷ୍ଟ ହାଉସ ପାଲଟିଛି ବେଷ୍ୟାଳୟ। ନିତିଦିନ ଚାଲିଛି ଦେହ ବ୍ୟାପାର। ନେତା ବି ଏଠି ପାଲଟିଛନ୍ତି ଗରାଖ। ତେଣୁ ଆଉ ଡର ନାହିଁ କାହାକୁ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପୋଲିସ ଏହାକୁ ଅଣଦେଖା କରୁଛି କାହିଁକି। ଉପରୁ ପ୍ରେସର୍ ରହିଛି ନା ପୋଲିସ ବି ଏଥିରେ ସାମିଲ୍ ଅଛି। ଏହା ଏବେ ପ୍ରଶ୍ନ ବାଚୀ।

ଏହା ହେଉଛି ଆମ ରାଜଧାନୀ ଭୁବନେଶ୍ଵରର ଘଟଣା। ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ଦେହ ବ୍ୟବସାୟ। କେବେ ବାର୍ ତ କେବେ ହୋଟେଲ୍। ଏପରିକି ଗେଷ୍ଟ ହାଉସ୍ ବି ବାଦ୍ ପଡ଼ି ନାହିଁ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭୁବନେଶ୍ଵରର ଯେଉଁ ଗେଷ୍ଟ ହାଉସରେ ଏଭଳି ଦେହ ବ୍ୟବସାୟ ଚାଲିଛି ସେହି ଗେଷ୍ଟ ହାଉସଟି ପୋଲିସ୍ କମିଶନରେଟଙ୍କ ପାଖରେ ରେଜିଷ୍ଟର ରହିଛି।

Girl

ତା ପରେ ସେଠାରେ ଖୁଲମ ଖୁଲା ଚାଲିଛି ଦେହ ବ୍ୟବସାୟ।
ଅନଲାଇନ୍ ଓ ଅଫଲାଇନ ଦୁଇଟି ଯାକ ସେବା ଯୋଗାଇ ଦିଆଯାଉଛି ଗ୍ରାହକ ମାନଙ୍କୁ। ସୂଚନା ଅନୁସାରେ ଅନେକ ଧନୀ ଶ୍ରେଣୀର ମହିଳା ମାନେ ମଧ୍ୟ ଏଥିରେ ସାମିଲ୍ ଅଛନ୍ତି। ଦଲାଲ ଗେଷ୍ଟ ହାଉସର ସାମ୍ନାରେ ଛିଡ଼ା ହୋଇଥିବା ଏକ କାରରେ ରହିଥାଏ। ଗ୍ରାହକ ମାନେ ପ୍ରଥମେ କାର ନିକଟକୁ ଯାଆନ୍ତି।

ଦଲାଲ୍ ପାଖରେ ଝିଅ ବାଛିବା ପରେ ସେହି ଝିଅ ପାଖକୁ ରୁମକୁ ଯାଆନ୍ତି ଗ୍ରାହକ। ଶୁଣିବାକୁ ମିଳୁଛି ସେଠାକାର ଜଣେ ଖାସ ଓ ପ୍ରତିଦିନିଆ ଗ୍ରାହକ ହେଉଛନ୍ତି ଜଣେ ଯୁବ ବିଧାୟକ। ଯିଏ କି ନିଜର ରାତି କଟାନ୍ତି ପ୍ରାୟ ୫ ଜଣ ସୁନ୍ଦରୀ ଯୁବତୀଙ୍କ ସହିତ। ଏତେ ସବୁ ପରେ ମଧ୍ୟ ପୋଲିସର ନୋ ଆକ୍ସନ। ତଦନ୍ତ ଚାଲିଛି ବୋଲି ପୋଲିସ୍ କହୁଥିବା ବେଳେ ସିଧା ସିଧା ଚଢାଉ କରୁ ନାହିଁ କାହିଁକି ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରୁଛନ୍ତି।