କଳିଯୁଗ ଶେଷ ହେବାର ସଂକେତ, ଆଖି ନାହିଁ କି ନାକ ବି ନାହିଁ, ଅଧାଗଢା ଚେହେରା ଜନ୍ମ ହେଲା ଭୂତ ଛୁଆ !

 
Bachuri
କଣ ସତ ହେବ କି ମାଳିକା ବଚନ ! ୨୦୨୪ ମସିହା ଆରମ୍ଭରୁ ଏ କି ଅଦ୍ଭୁତ ଦୃଶ୍ୟ ଦେଖିଲା ମଣିଷ । ଜନ୍ମ ନେଲା ଏକ ଭୟଙ୍କର ରୁପଧାରୀ ବାଛୁରୀ ଛୁଆ । ଅଧା ମଣିଷ ଅଧା ବାଛୁରୀ ରୂପ ଧରି ଜନ୍ମ ନେଇଥିବା ଏହି ବାଛୁରୀ ଛୁଆକୁ ଦେଖି ସମସ୍ତେ ଭୟଭୀତ ।

Bachuri

କେବଳ ସେତିକି ନୁହେଁ ଆଜ୍ଞା ଏହି ବାଛୁରୀ ଛୁଆର ନା ଅଛି ଆଖି ନା ଅଛି ଦାନ୍ତ । ଏପରିକି ନାକ ବି ନାହିଁ । ସାଧାରଣତଃ କଅଁଳିଆ ବାଛୁରୀ ଛୁଆ ଗୁଡ଼ିକ ଭାରି ସୁନ୍ଦର ହୋଇଥାନ୍ତି । ହେଲେ ଏପରି ଏକ ବାଛୁରୀ ଛୁଆ ଲୋକେ ପ୍ରଥମ ଥର ଦେଖି ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇ ପଡୁଛନ୍ତି ।

ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସାନମାଧପୁର ଗାଆଁରେ । ସେଠାକାର ବାସିନ୍ଦା ମିଟୁ ମହାପାତ୍ର ଅନେକ ଦିନରୁ ଗାଈ ରଖି ଆସୁଛନ୍ତି । ମିଟୁଙ୍କ ଘରେ ପ୍ରଥମ କରି ଏଭଳି ଅଦ୍ଭୁତ ବାଛୁରୀ ଟିଏ ଜନ୍ମ ନେଇଛି । ଯାହାକୁ ଦେଖିବା ପରେ ମିଟୁ, ଡାକ୍ତର ଓ ଗ୍ରାମବାସୀ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଏପରିକି ବାଛୁରୀଟି ମଧ୍ୟ ଛଟପଟ୍ ହେଉଛି । ନା ସେ ଖାଇ ପାରୁଛି ନା ସେ ନିଶ୍ବାସ ନେଇ ପାରୁଛି । କିଛି ଲୋକେ ଏହାକୁ ଏକ ଖରାପ ସଂକେତ ବୋଲି କହିଛନ୍ତି । ଆଉ କେହି କଳିଯୁଗ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ମଧ୍ୟ କହୁଛନ୍ତି ।