ଦେଖନ୍ତୁ ଭିଡିଓ: ଶୁଦ୍ଧି ହୋଇଥିବା ବାପା-ମାଙ୍କ ପାଇଁ ଝିଅ କହିଲା- ମୋ ଆକାଶର କିଛି କ୍ଷତି କଲେ ମୋ ଠୁ ଖରାପ କେହି ହେବେନି
ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଉମର ଗ୍ରାମରେ । ଉମର ଗ୍ରାମରେ ବିଶ୍ୱଜିତ୍ ମହାପାତ୍ରଙ୍କ ଏକ ମାତ୍ର ଝିଅ ପାୟଲ ମହାପାତ୍ର ସେହି ଗ୍ରାମର କାଶୀନାଥ ବେହେରାଙ୍କ ଏକମାତ୍ର ପୁତ୍ର ଆକାଶ ଚନ୍ଦ୍ର ବେହେରାଙ୍କ ସହିତ ଘର ଛାଡ଼ି ଚାଲି ଯାଇଥିଲେ । ପାୟଲଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ଆକାଶଙ୍କ ବୟସ ୨୩ ବର୍ଷ ଅଟେ ।
ସୂଚନା ଅନୁସାରେ ଦୁହେଁ ଦୁହିଁଙ୍କୁ ଅନେକ ଦିନ ଧରି ଭଲ ପାଉଥିଲେ । ଘର ଲୋକଙ୍କ ବିରୋଧ ସତ୍ତ୍ଵେ ଦୁହେଁ ନିଜ ପ୍ରେମ ପାଇଁ ଘର ଛାଡ଼ି ଚାଲି ଯାଇଥିଲେ । ଏହି ଖବର ଝିଅର ବାପା ଜାଣିବା ପରେ ସେ ଝିଅର ଶୁଦ୍ଧି କ୍ରିୟା କରି ଦେଇଛନ୍ତି ।
ଶୁଦ୍ଧି କ୍ରିୟା ଯଥା ବିଧିରେ ଅନୁଷ୍ଠିତ ହୋଇଥିଲା । ପାୟଲଙ୍କ ବାପା ଲଣ୍ଡା ହେବା ସହିତ ଦଶ ଓ ଏକାଦଶରେ ବ୍ରାହ୍ମଣ ଭୋଜନି ଦେଇ ଗାଁ ଲୋକଙ୍କ ପାଇଁ ଭୋଜିର ବନ୍ଦ ବୋସ୍ତ କରିଥିଲେ । ଏହି ଖବର ବର୍ତ୍ତମାନ ସେହି ଗ୍ରାମ ଛଡ଼ା ଆଖ ପାଖ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଘଟଣାକୁ ଝିଅ ପାୟଲ ନିଜର ଏକ ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି । ଆଉ ସେ ଭିଡିଓରେ କହିଛି ଯେ, ଯଦି ସେ କିମ୍ବା ତ ସ୍ବାମୀ ଓ ଶାଶୁଘର ଲୋକଙ୍କର କିଛି କ୍ଷତି ହୁଏ । ତା ବାପ ଘର ଲୋକ ହିଁ ଦାୟୀ ରହିବେ । ତେବେ ଏଭଳି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।