ବଦଳିବ ଝିଅମାନଙ୍କ ଭାଗ୍ୟ, ବାହାଘର ଖର୍ଚ୍ଚ ଉଠାଇବେ ମୋହନ ମାଝୀ, ଜାଣନ୍ତୁ ନୂଆ ଯୋଜନା ବିଷୟରେ

 
Mohan majhi

ନାରୀ ସଶକ୍ତିକରଣ କରିବେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ନାରୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସରକାର ଖୋଲି ଦେଇଛନ୍ତି ପାଣ୍ଠି । ରାଜ୍ୟ ମହିଳାଙ୍କୁ ସଶକ୍ତିକରଣକୁ ଦୃଷ୍ଟିରେ ରଖି ସୁଭଦ୍ରା ପ୍ଲସ କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ଅଧିନରେ ବାହାଘର ପାଇଁ ଟଙ୍କା ଦେବେ ସରକାର। ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର। ଏଥିପାଇଁ ବଜେଟରେ ୧୨ କୋଟିର ବ୍ୟୟ ବରାଦ ହୋଇଛି।

ସୁଭଦ୍ରା ପ୍ଲସରେ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ (ସୁଭଦ୍ରା କ୍ଲବ୍), କୁହା ସୁଭଦ୍ରା (କଲ୍ ସେଣ୍ଟର), ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଭଦ୍ରା ସୁଭଦ୍ରା ଓ ସୁଭଦ୍ରା ବୃତ୍ତି ଭଳି ନୂଆ ପଦକ୍ଷେପ ନେବେ ରାଜ୍ୟ ସରକାର । 

Girls

ଏଥି ସହ ନୂଆ ଯୋଜନା ହିସାବରେ ଗରିବ ଝିଅଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ଗରିବ ଝିଅଙ୍କ ସାମୁହିକ ବିବାହ କରିବେ ସରକାର ।ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିରେ ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ ଶହ କୋଟିରୁ ଅଧିକ ଟଙ୍କା ଦଇଛନ୍ତି। ୫ବର୍ଷରେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ ।

କେବଳ ଏତିକି ଆର୍ଥିକ ସହାୟତାରେ ଅଟକିବ ନାହିଁ ସରକାର। ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ ଗୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧିନରେ ୧୫୩ କୋଟି ଟଙ୍କା ଦିଆଯିବ।

ବଜେଟ ଉପସ୍ଥାପନ ଦେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କରିଛନ୍ତି, ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଐତିହାସିକ ଏବଂ ପଥ ପ୍ରଦର୍ଶକ ସୁଭଦ୍ରା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶା ଇତିହାସରେ ସୁଭଦ୍ରା ହେଉଛି ସର୍ବବୃହତ୍ ଯୋଜନା, ଯାହା ମାଧ୍ୟମରେ ରାଜ୍ୟ ବିକାଶର କାହାଣୀକୁ ପୁନଃକିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି।

​​​​​