ମନ୍ଦିରରୁ ଫେରୁଥିଲେ ପ୍ରେମିଯୁଗଳ, ରାସ୍ତାରୁ ଦୁହିଁଙ୍କୁ ଉଠାଇ ନେଇ ପ୍ରେମିକକୁ ବାନ୍ଧି ପ୍ରେମିକାକୁ ଦୁଷ୍କର୍ମ କଲେ ୩ଜଣ, ଜାଣନ୍ତୁ ପୁରା ଘଟଣା

 
ଦୁଷ୍କର୍ମ

ପ୍ରେମିକକୁ ବାନ୍ଧି ତା' ଆଗରେ ପ୍ରେମିକାକୁ ଗଣ ଦୁଷ୍କର୍ମ । ଆଉ ଦୁଷ୍କର୍ମ ବେଳର ଭିଡିଓ କଲେ ଉତ୍ତୋଳନ । ପରେ ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ସହ ଯୁବତୀଙ୍କୁ ଆସିବାକୁ କଲେ ବାଧ୍ୟ । ଯୁବତୀ ନଆସିବାରୁ ଭିଡିଓ କଲେ ଭାଇରାଲ । ଏମିତି ଅଭିଯୋଗରେ ପୋଲିସ ୩ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ନୟାଗଡ଼ରୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୩ ଜଣ ଦୁର୍ବୃତ୍ତ ଜଣେ ପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଦୁଷ୍କର୍ମ କରିଛନ୍ତି। ପୁରୁଷବନ୍ଧୁଙ୍କ ହାତଗୋଡ଼ ବାନ୍ଧି ତାଙ୍କ ସମ୍ମୁଖରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଏହି ଦୁର୍ବୃତ୍ତ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୀଠାଖାଇ ଗାଁ' ନିକଟ ସଂରକ୍ଷିତ ଶାଳ ଜଙ୍ଗଲ ଘଟିଛି ଏହି ଅଭାବନୀୟ ଘଟଣା।

ପ୍ରେମିକା

ଗତ ରବିବାର ପ୍ରେମୀ ଯୁଗଳ ଫତେଗଡ ରାମ ମନ୍ଦିର ଯାଇଥିଲେ। ପ୍ରଭୁଙ୍କୁ ଦର୍ଶନ କରି ଉଭୟ ସନ୍ଧ୍ୟା ପ୍ରାୟ ୬.୨୦ ମିନିଟ୍ରେ ବେଳେ ଫେରୁଥିଲେ। ତେବେ ଅଧା ରାସ୍ତାରେ ୩ ନିଶାଶକ୍ତ ଯୁବକ ଛୁରୀ ଦେଖାଇ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନେ ଉଭୟଙ୍କୁ ପିଠାଖାଇ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ତାଙ୍କୁ ବିବସ୍ତ୍ର କରିଦେଇଥିଲେ। ତା’ପରେ ତାଙ୍କ ଆଗରେ ତାଙ୍କ ପ୍ରେମିକାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ତାଙ୍କୁ ବିବସ୍ତ୍ର କରି ଦେଇଥିଲେ। ଆଉ ଗଣ ଦୁଷ୍କର୍ମ ସମୟରେ ଭିଡ଼ିଓ ରେକଡିଂ ଓ ଫଟୋ ଉଠାଇଥିଲେ।

ପରବର୍ତ୍ତୀ ୩ ଦୁଷ୍କର୍ମକାରୀ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରିଦେଇଥିଲେ। ଭିଡିଓ ଭାଇରାଲ୍ ହୋଇ ପୀଡ଼ିତାଙ୍କ ବନ୍ଧୁଙ୍କ ପାଖରେ ପହଞ୍ଚିଥିଲା। ପୀଡ଼ିତା ଏନେଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ୍ ଓ ଭାଇରାଲ୍ ହେଉଥିବା ଭିଡିଓକୁ ଯାଞ୍ଚ କରି ପୁଲିସ୍ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ୍, ଗୋଟିଏ ଛୁରୀ ଓ ୨୦୦୦ ଟଙ୍କା ଜବତ କରିଛି ପୁଲିସ୍।

ରିପୋର୍ଟ ମୁତାବକ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଝିଅଟି ଫତେଗଡ଼ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ପୋଲିସ ଅଫିସର ବିମଲ କୁମାର ବାରିକ କହିଛନ୍ତି ଯେ, ଏହି ମାମଲାକୁ ନେଇ ତଦନ୍ତ କରାଯାଇ, ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି।