ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଓ ବ୍ୟାଚ୍ ପିନ୍ଧାଇବା ପଡିଲା ମହାଙ୍ଗା, ଟ୍ୟୁସନ କଲା ଥାର୍ଡ ଫ୍ଲୋର, ଜାଣନ୍ତୁ ପୁରା ଖବର

 
Bjd Naveen Patnaik

ମୁଖ୍ୟମନ୍ତ୍ରୀଙ୍କୁ ବ୍ୟାଚ ଓ ଉତ୍ତରୀୟ ପିନ୍ଧେଇବା ପଡ଼ିଲା ମହଙ୍ଗା। ଅତି ବିଭୋର ହୋଇ ଦୁଇ ମହିଳା କଲେ ଏଭଳି କାଣ୍ଡ। ଲିଷ୍ଟରେ ନାମ ନ ଥାଇ ମଧ୍ୟ ଷ୍ଟେଜ ରେ ଚଢିଲେ ଓ ବିନା ମତ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏପରି କଲେ। ଯାହା ନେଇ ଏବେ ଚାରିଆଡେ ଟ୍ରୋଲ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଏପଟେ ମହିଳା ଦୁଇ ଜଣକୁ ଡକାଇ ପର୍ସନାଲ ଟ୍ୟୁସନ୍ ମଧ୍ୟ କରା ଯାଇଛି।

Bjd

ଗତ କାଲି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେଡିର ଆରମ୍ଭ ହୋଇଥିଲା ଜନ ସମ୍ପର୍କ ଯାତ୍ରା। ଯେଉଁ ସମ୍ମିଳନୀରେ ଖୋଦ୍ ପାର୍ଟିର ମୁଖିଆ ଯୋଗ ଦେଇ ଥିଲେ। ହେଲେ ମୁଖିଆଙ୍କ ସହିତ ଏପରି ବ୍ୟବହାର ଖୁବ୍ ଚର୍ଚ୍ଚାରେ।

କାର୍ଯ୍ୟକ୍ରମର ପୂର୍ବ ବିବରଣୀ ଅନୁସାରେ ଭୁବନେଶ୍ୱରଙ୍କ ମେୟର ଙ୍କ ସମେତ ତିନି ବିଧାୟକଙ୍କୁ ମଞ୍ଚ ଉପରେ ରହିବାର ବ୍ୟବସ୍ଥା ରହିଥିଲା। ହେଲେ ଅତି ଆତ୍ମ ବିଭୋର ହୋଇ ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଶ୍ରିମୟୀ ମିଶ୍ର ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ବିନା ଅନୁମତିରେ ଚଢ଼ି ଯାଇଥିଲେ ଷ୍ଟେଜ ଉପରେ।

Sulata srimayi

କେବଳ ସେତିକି ନୁହେଁ ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାର୍ଟି ର ବ୍ୟାଚ୍ ଓ ଉତ୍ତରୀୟ ପିନ୍ଧାଇ ଦେଇଥିଲେ। ଯାହାକୁ ନେଇ ଖୁବ୍ ବିରକ୍ତ ହୋଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତ କ୍ରମେ ପରେ ତାଙ୍କର ସୁରକ୍ଷା କର୍ମୀ ମାନେ ଏହାକୁ କାଢି ମଧ୍ୟ ପକାଇ ଥିଲେ।

ମୁଖ୍ୟମନ୍ତ୍ରୀଙ୍କର ଏହି ବିରକ୍ତ ଭାବ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କମେନ୍ଟ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ। ଏପଟେ ଶ୍ରିମୟି ଓ ସୁଲତା ଙ୍କୁ ପର୍ସନାଲ ଡକାଇ ଟ୍ୟୁସନ୍ କରିଛି ଥାର୍ଡ ଫ୍ଲୋର।