ଶାରୀରିକ ସମ୍ପର୍କକୁ ନେଇ ବର୍ଷାଙ୍କ ଭଉଣୀଙ୍କ ସହ ଅନୁଭବଙ୍କ ଭିତିରି କଥା, ସାମ୍ନାକୁ ଆସିଗଲା ସବୁକିଛି

 
Varsha Anubhav

ଅନୁଭବ କଲେ ବଡ ଖୁଲାସା। କୋର୍ଟର ଶୁଣାଣି ପରେ ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର କଥା। ଦୀର୍ଘ ଦିନର ସଂଘର୍ଷ ପରେ ଅନୁଭବ ଆଉ ଚୁପ୍ ରହୁନାହାନ୍ତି। ତାଙ୍କର ଦାମ୍ପତ୍ୟ ଜୀବନ ଠାରୁ ଆରମ୍ଭ କରି ବେଡରୁମ୍ ପର୍ଯ୍ୟନ୍ତ ସବୁ ତଥ୍ୟର ଗୋଟି ଗୋଟି କରି କରୁଛନ୍ତି ଖୁଲାସା। ଫ୍ୟାମିଲି କୋର୍ଟର ଶୁଣାଣିରେ ବର୍ଷା ବେଶ୍ ଖୁସି ଥିବାର ଦେଖିବାକୁ ମିଳିଥିବା ବେଳେ ଅନୁଭବଙ୍କୁ କିନ୍ତୁ ଲାଗିଛି ଏକ ଶକ୍ତ ଝଟକା।

Anubhav Varsha

ଏ ସବୁ ପଛରେ ବର୍ଷାଙ୍କୁ କିନ୍ତୁ ଦାୟୀ କରିଛନ୍ତି। ଏଥି ମଧ୍ୟରେ ଅନୁଭବ ଏକ ହ୍ୱାଟସପ ଚାର୍ଟ ସେୟାର କରିଛନ୍ତି ନିଜର ଟୁଇଟର ଆକାଉଣ୍ଟରେ । ଏହି ହ୍ୱାଟସପ ଚାର୍ଟଟି ଅନୁଭବ ଓ ବର୍ଷାଙ୍କ ବଡ ଭଉଣୀ ମଧ୍ୟରେ ହୋଇଥିଲା। ଯେଉଁଥିରେ ଅନୁଭବ ବର୍ଷାଙ୍କ ବଡ଼ ଭଉଣୀଙ୍କୁ ତାଙ୍କର ପାରିବାରିକ ଜୀବନରେ ଚାଲିଥିବା ଅସୁବିଧା ବିଷୟରେ ଜଣାଇଥିଲେ। ବର୍ଷାଙ୍କ ବଡ଼ ଭଉଣୀ ମଧ୍ୟ ନିଜର ଲେଖା ମାଧ୍ୟମରେ ଅନୁଭବଙ୍କୁ ସାନ୍ତ୍ଵନା ଜଣାଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ।

ଏହି ଲେଖା ଅନୁସାରେ ଅନୁଭବ ମହାନ୍ତି ବର୍ଷାଙ୍କ ବଡ ଭଉଣୀଙ୍କୁ କହୁଛନ୍ତି ଯେ ଆମ ବିବାହକୁ ପାଞ୍ଚ ବର୍ଷ ପୁରି ଯାଇଥିଲେ ମଧ୍ୟ ଆମ ଭିତରେ କୌଣସି ଶାରିରୀକ ସମ୍ପର୍କ ନାହିଁ। ବର୍ଷା କେବେ ବି ଶାରିରୀକ ସମ୍ପର୍କ ପାଇଁ ମୋତେ ଅନୁମତି ଦେଇ ନାହାନ୍ତି। ଆମେ ଦୁହେଁ ଅଗ୍ନୀକୁ ସାକ୍ଷୀ ରଖି ସ୍ଵାମୀ ସ୍ତ୍ରୀର ସଂପର୍କରେ ବାନ୍ଧି ହୋଇଥିଲେ ମଧ୍ୟ ଆମ ସଂପର୍କ ଲୋକ ଦେଖାଣିଆ ହୋଇ ରହିଯାଇଛି।

Chat

ମୋତେ ବିଶ୍ୱାସ କର ଦିଦି ବର୍ଷାଙ୍କୁ ଛାଡି ଦେଲେ ଆଉ କୌଣସି ଅଭିନେତ୍ରୀଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ହେଲେ ବର୍ଷା ମୋତେ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି।

ବର୍ଷାଙ୍କ ବଡ଼ ଭଉଣୀ ମଧ୍ୟ ପ୍ରତି ଉତ୍ତରରେ ଲେଖିଛନ୍ତି ମୁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମ ମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେଉ। ପ୍ରତି ଦିନ ରାତିରେ ତୁମେ ଦୁଇ ଜଣ କାହିଁକି ଝଗଡ଼ା କରୁଛ।ନିଜ ମଧ୍ୟରେ ବୁଝାମଣା ଠିକ୍ ରଖି ଜୀବନକୁ ଉପଭୋଗ କର ଓ ହସି ଖୁସି ଜୀବନ ବିତାଅ।