କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରୁଥିଲେ କଲେଜ ପ୍ରିନ୍ସିପାଲ୍, ଏକାସାଙ୍ଗେ ଅଭିଯୋଗ କଲେ ୧୩ଛାତ୍ରୀ, ଜାଣନ୍ତୁ ପୁରା ଘଟଣା

 
Principal
ପୁଣି ପଦାରେ ପଡ଼ିଲା ଶିକ୍ଷକଙ୍କ କଳା କାରନାମା । ଛାତ୍ରୀ ମାନେ ଅତିଷ୍ଠ ହୋଇ ଆଶ୍ରୟ ପାଇଁ ପହଞ୍ଚିଲେ ପୋଲିସ୍ ପାଖରେ । ଦିନେ କି ଦୁଇ ଦିନ ନୁହେଁ ବରଂ ଦୀର୍ଘ ଦିନ ଧରି କରି ଆସୁଥିଲେ ଯୌନ ନିର୍ଯାତନା । କେବେ ଡରାଇ ତ କେବେ ଧମକାଇ ଛାତ୍ରୀ ମାନଙ୍କୁ ମୁହଁ ବନ୍ଦ୍ କରିବାକୁ ବାଧ୍ୟ କରୁଥିଲେ । 

R

ହେଲେ ଏବେ କିନ୍ତୁ ସହିବାର ସୀମା ପାର ହେବା ପରେ ପ୍ରାୟ ୧୩ ଜଣ ଛାତ୍ରୀ ଅଭିଯୋଗ ନେଇ ଦ୍ବାରସ୍ଥ ହୋଇଥିଲେ ଥାନାର । ଏହା ପରେ ପୋଲିସ୍ ଆରମ୍ଭ କରିଥିଲା ଛାନ ଭିନ୍ । ହେଲେ ଜଣା ପଡିଛି ଯେ ଅଧ୍ୟକ୍ଷ ଜଣକ ଫେରାର ଅଛନ୍ତି । 

ସୂଚନା ଅନୁସାରେ ଜୟପୁରର ଏକ ସ୍ଥାନୀୟ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ମହାବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ଅଧ୍ୟକ୍ଷ ଜଣକ ଛାତ୍ରୀ ମାନଙ୍କୁ ଖରାପ୍ ବ୍ୟବହାର କରୁଥିଲେ ଓ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । 

Jubati

ଛାତ୍ରୀ ମାନେ ମୁହଁ ଖୋଲିବାକୁ ଚାହୁଁଥିଲେ ମଧ୍ୟ ଅଧକ୍ଷଙ୍କ ଭୟରେ ଅନେକ ସମୟରେ ଚୁପ୍ ରହୁଥିଲେ । ହେଲେ ଗତ କାଲି ଜଣେ ଛାତ୍ରୀଙ୍କ ମାଆ ଛାତ୍ରୀଙ୍କୁ ଭେଟିବା ପାଇଁ ହଷ୍ଟେଲ ଯାଇଥିଲେ । ସେଠାରେ ତାଙ୍କ ଝିଅ ତାଙ୍କୁ ସବୁ କଥା କହିଥିଲେ । ଏହା ସହିତ ଅନ୍ୟ ଛାତ୍ରୀ ମାନେ ମଧ୍ୟ ସାଙ୍ଗର ମାଆ ଆଗରେ ସବୁ କଥା ଖୋଲି କହିଥିଲେ । 

ଏପରି ଘଟଣା ଜାଣିବା ପରେ ଛାତ୍ରୀଙ୍କ ମାଆ ଜଣକ ଅଧକ୍ଷଙ୍କୁ ଏ ବିଷୟରେ ପଚରା ଉଚରା କରିବାରୁ ଅଧକ୍ଷ ଜଣକ ଅଶ୍ଳୀଳ ବ୍ୟବହାର କରିବା ସହିତ ଗାଳି ଗୁଲଜ କରିଥିଲେ । ଏହା ପରେ ଛାତ୍ରୀଙ୍କ ମାଆଙ୍କ ସହିତ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଆଠ ଜଣ ଓ ପ୍ରଥମ ବର୍ଷର ପାଞ୍ଚ ଜଣ ଛାତ୍ରୀ ମିଶି ଥାନାର ଦ୍ୱାରସ୍ଥ ହୋଇଥିଲେ ।