ପ୍ରେମିକାଙ୍କ ସହ ଯାଉଥିଲେ ପ୍ରେମିକ, ହଠାତ୍ କାରରେ ଆସି ଧକ୍କା ଦେଲେ 4 ଦୁର୍ବୃତ୍ତ ପୁଅକୁ ମାରି ଝିଅକୁ ଟେକିନେଲେ, ଜାଣନ୍ତୁ ଘଟଣା

 
Jubati

ରାଜଧାନୀରେ ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ କଲେ ଅପହରଣ। ଗତ ରାତିରୁ ଅପହରଣ ହୋଇଥିବା ଯୁବତୀ ଆଜି ଉଦ୍ଧାର ହୋଇଛନ୍ତି। ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍‌। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି। 

ରାତି ପାଖାପାଖି ୧ ରୁ ୧:୩୦ ଭିତରେ ଯେତେବେଳେ ଆଶିଷ ଆଉ ତାଙ୍କ ଯୁବତୀ ସାଙ୍ଗ ଯାଉଥିଲେ ସେତେବେଳେ ଗୋଟେ କାରରେ ୪ ଜଣ ଦୁର୍ବୃତ୍ତ ଆସି ପ୍ରଥମେ ଗାଡ଼ିଟିକୁ ଧକ୍କା ଦେଇଥିଲେ। ଏବଂ ଗାଡ଼ିଟିକୁ ଧକ୍କା ଦେବା ପରେ ସ୍କୁଟିଟି ତଳେ ପଡିଯାଇଥିଲା। ତାପରେ ଆଶିଷ ଏବଂ ତାଙ୍କ ଯୁବତୀ ବନ୍ଧୁ ଠିଆ ହେଇଥିଲେ ସେତେବେଳେ ୪ ଜଣ ଯୁବକ ଆଉ ଆଶିଷଙ୍କୁ ଅକ୍ରମ କରିଥିଲେ। ଯିଏ ହାଉସିଂବୋର୍ଡ ଚନ୍ଦ୍ରଶେଖରପୁର ଅଂଚଳରେ ରୁହନ୍ତି। 

ତେବେ ଏହି କାଣ୍ଡ ଘଟିବାର କାରଣ କଣ ଏବଂ କାହିଁକି ଆଶିଷ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ କରିଥିଲେ। ଆଉ ପରିଶେଷରେ ବାନ୍ଧବୀଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ ମାନେ। ଏହି ଘଟଣା ବିଷୟରେ ଏବେ ମୈତ୍ରୀ ବିହାର ଥାନା ପୋଲିସ ତଦନ୍ତ କରୁଛି। କୁହାଯାଉଛି ପୂର୍ବ ଶତ୍ରୁତା ପାଇଁ ଏଭଳି ଘଟଣା ଘଟିଛି। ଆଶିଷ ସିଂ ଆଉ ତାଙ୍କ ବାନ୍ଧବୀ ମାନେ ଯେତେବେଳେ ଫେରୁଥିଲେ ସେତେବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। 

ଗାଡ଼ି ନମ୍ବର ହେଉଛି ଓଡ଼ି ୩୩ଏଚ ୪୭୩୩ ଏହି ଗାଡ଼ିଟି ହେଉଛି ଆଶିଷ ସିଂର। ଆଶିଷ ସିଂ ହାଉସିଂବୋର୍ଡ ଚନ୍ଦ୍ରଶେଖରପୂର୍ ଅଞ୍ଚଳରେ ରୁହନ୍ତି। ତାଙ୍କ ବାନ୍ଧବୀଙ୍କ ସହିତ ବିଳମ୍ବିତ ରାତିରେ ଫେରୁଥିଲେ ସେତେବେଳେ ଆଶିଷ ସିଂକୁ ଚାରିଜଣ ଦୁର୍ବୃତ୍ତ କାରରେ ଆସି ଆକ୍ରମଣ କରିଥିଲେ। ଯୁବତୀଙ୍କୁ କାରରେ ବସାଇ ଉଠେଇ ନେଇଛନ୍ତି ୪ ଜଣ ଯୁବକ।