ପୋଲିସ ଆଗରେ ସତ ବଖାଣିଲା ବୟଫ୍ରେଣ୍ଡ୍, ୨ ବର୍ଷର ପ୍ରେମ ସମ୍ପର୍କ ଥାଇ ବି ରାଜି ନଥିଲା ପ୍ରକୃତି ସେଥିପାଇଁ...

 
Kiit

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ର ଆତ୍ମହତ୍ୟା ଘଟଣାରେ ପୋଲିସ ଆଗରେ ସତ ବଖାଣିଛି ଅଭିଯୁକ୍ତ। ରିମାଣ୍ଡ ବେଳେ ପୋଲିସ ଗୁରେଇ ତୁରେଇ ଅନେକ ପ୍ରଶ୍ନ କରିଥିବା ବେଳେ ସତ ସାମ୍ନାକୁ ଆସିଛି। ଅଭିଯୁକ୍ତ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ ମୃତ ଛାତ୍ରୀଙ୍କ ସହ ଥିଲା ୨ ବର୍ଷର ପ୍ରେମ ସମ୍ପର୍କ। ତେବେ ଯୁବତୀ ସମ୍ପର୍କ ରଖିବାକୁ ଚାହୁଁନଥିବାରୁ ଝଗଡ଼ା ହେଉଥିଲା।

ଯୁବତୀଙ୍କ ପୁରୁଷ ବନ୍ଧୁ ଆଦ୍‌ଭିକ୍‌ ଶ୍ରୀବାସ୍ଥବ ରିମାଣ୍ଡ ପରେ ଝାରପଡ଼ା ଜେଲ ଯାଇଛନ୍ତି। ଶୁକ୍ରବାର ଅଭିଯୁକ୍ତଙ୍କ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ ହୋଇଛି। ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । 

Kiit

ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ। ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ। ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ। 

ଅନ୍ୟପଟେ ଘଟଣାରେ ଅଭିଯୁକ୍ତ ଥିବା ଯୁବକ ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ବାହାରକୁ ଫେରାର ଉଦ୍ୟମ ବେଳେ ଧରିଥିଲା ପୋଲିସ । ଯୁବକକୁ ଗିରଫ ସହ ମୋବାଇଲ୍‌, ଲାପଟପ ଜବତ କରିଥିଲା ପୋଲିସ । ବୁଧବାର ସଂଧ୍ୟା ସମୟରେ ଅଭିଯୁକ୍ତ ଯୁବକଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନ୍‌ଫୋସିଟି ପୋଲିସ । ଆଉ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକକୁ ତିନିଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଯାହାଫଳରେ ଗୁରୁବାରଠାରୁ ଯୁବକ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କ ତିନି ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହୋଇଛି ।